ଢେଙ୍କାନାଳରେ ବିଳମ୍ବରେ ଆରମ୍ଭ ହେଲା ଭୋଟ ଗଣତି - Vote Counting in Dhenkanal

By ETV Bharat Odisha Team

Published : Jun 4, 2024, 1:16 PM IST

thumbnail
ଢେଙ୍କାନାଳରେ ବିଳମ୍ବରେ ଆରମ୍ଭ ହେଲା ଭୋଟ ଗଣତି (ETV Bharat Odisha)

ଢେଙ୍କାନାଳ: ଚଳିତ ୨୦୨୪ ସାଧାରଣ ନିର୍ବାଚନ ଅବସରରେ ଆଜି ଭୋଟ ଗଣତି ଆରମ୍ଭ ହୋଇଛି । ରାଜ୍ୟରେ ସକାଳ 8ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି । ଜିଲ୍ଲାର ଲୋକସଭା ଆସନ ପାଇଁ ୧୦ଜଣ ସାଂସଦ ଓ ୪ଟି ବିଧାନସଭା ଆସନ ପାଇଁ ୨୯ଜଣ ବିଧାୟକ ଏପରି ମୋଟ ୩୯ଜଣ ପ୍ରାର୍ଥୀଙ୍କ ଭାଗ୍ୟର ପେଡି ଖୋଲିବାକୁ ଯାଉଛି । ଭୋଟ ଗଣତି ପାଇଁ ଢେଙ୍କାନାଳ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ପରେ ଏବେ ଇଭିଏମର ଭୋଟ ଗଣତି କରାଯିବ ।  

ଏହା ବି ପଢନ୍ତୁ- ରାଜ୍ୟର ସଂଖ୍ୟା ଗରିଷ୍ଠତା ଆଡକୁ ବଢୁଛି BJP, ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଆରମ୍ଭ କଲେଣି କର୍ମୀ

ଢେଙ୍କାନାଳ ଲୋକସଭା ଆସନ ଓ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ଓ ପରଜଙ୍ଗ ଏପରି ୪ଟି ବିଧାନସଭା ଆସନ ପାଇଁ ୩ଟି ଜାଗାରେ ଭୋଟ ଗଣତି କେନ୍ଦ୍ର ପ୍ରସ୍ତୁତ ରହିଛି । ଭୋଟ ଗଣତି ନିର୍ଭୁଲ ଓ ନିର୍ବିବାଦୀୟ ତଥା ସୁରୁଖୁରୁରେ ସାରିବା ପାଇଁ ପ୍ରତ୍ୟେକ ଗଣତି କେନ୍ଦ୍ରରେ ଉଭୟ ସାଂସଦ ଓ ବିଧାୟକଙ୍କ ପାଇଁ ୧୦ଟି ଲେଖାଏଁ ଜିଲ୍ଲାରେ ମୋଟ ୮୦ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ଫଳରେ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୮, ହିନ୍ଦୋଳ ପାଇଁ ୨୭, କାମାକ୍ଷାନଗର ପାଇଁ ୨୪ ଓ ପରଜଙ୍ଗ ପାଇଁ ୨୫ଟି ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡିଛି ।  

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.