ବିଜେଡି ବିଜୟରେ ବ୍ରେକ, ଏକାମ୍ର-ଭୁବନେଶ୍ବରରେ ବିଜେପିର ବାବୁ ଉଡାଇଲେ ବିଜୟ ବାନା - Odisha Assembly Election Result 2024

By ETV Bharat Odisha Team

Published : Jun 5, 2024, 3:40 PM IST

thumbnail
ଏକାମ୍ର-ଭୁବନେଶ୍ବରରେ ବିଜେପିର ବାବୁ ଉଡାଇଲେ ବିଜୟ ବାନା (ETV Bharat Odisha)

Odisha Assembly Election Results 2024: ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏକାମ୍ର-ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲଗାତାର ଧରି ଏହି ଆସନରୁ ବିଜେଡି ବାଜିମାତ କରୁଥିଲା । କିନ୍ତୁ 2024 ଫଳାଫଳ ବିଜେଡିର ବିଜୟରେ ବ୍ରେକ ଲଗାଇଛି ଭାରତୀୟ ଜନତା ପାର୍ଟି । 

ଭୁବନେଶ୍ୱର-ଏକାମ୍ର ନିର୍ବାଚନ ମଣ୍ଡଳୀ ଆସନରେ ପଦ୍ମ ଫୁଟିଛି । ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି । 5 ହଜାର 23 ଖଣ୍ଡ ଭୋଟରେ ଅଶୋକଙ୍କୁ ପରାଜୟର ସ୍ବାଦ ଚଖାଇଛନ୍ତି ବାବୁ । ଲଗାତାର ଆସନଟି ବିଜେଡି କବ୍ଜାରେ ରହିଥିଲା । ଅଶୋକ ପଣ୍ଡା ଏହି ଆସନରୁ ବିଜୟୀ ହୋଇ ଆସୁଥିଲେ । ହେଲେ ୨୦୧୯ ନିର୍ବାଚନରେ ବାବୁ ସିଂ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଚଳିତ 2024 ନିର୍ବାଚନରେ ଏକାମ୍ର ଆସନରୁ ପ୍ରାର୍ଥୀ ହୋଇ ଅଶୋକ ପଣ୍ଡାଙ୍କୁ କଡ଼ା ଟକ୍କର ଦେଇଥିଲେ ବାବୁ । ଆଉବାବୁଙ୍କୁ ଚେକ୍‌ମେଟକୁ ଦେଇ ତାଙ୍କ ହାତରୁ ଏକାମ୍ର ନିର୍ବାଚନ ମଣ୍ଡଳୀକୁ ଛଡାଇ ଆଣିବାରେ ସଫଳ ହୋଇଛନ୍ତି ବାବୁ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.