ରେମୁଣାବାସୀଙ୍କ ପାଇଁ ଯୋଜନା ବଖାଣିଲେ ବିଜେପି ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଦାସ - Odisha assembly election 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : May 29, 2024, 8:11 AM IST
ବାଲେଶ୍ୱର : ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଗୋବିନ୍ଦ ଚନ୍ଦ୍ର ଦାସ । 2019 ନିର୍ବାଚନରେ ସୁଧାଂଶୁ ପରିଡାଙ୍କ ଠାରୁ ପରାଜୟ ସ୍ବୀକାର କରିଥିଲେ ମଧ୍ୟ ପୁଣିଥରେ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନର ରଣାଙ୍ଗନାରେ ଅବତୀର୍ଣ୍ଣ କରାଇଛି । ଚଳିତ ନିର୍ବାଚନରେ ତାଙ୍କ ସାମ୍ନାରେ କଂଗ୍ରେସ ପ୍ରାର୍ଥୀ ସୁଦର୍ଶନ ଦାସ ଏବଂ ବିଜେଡି ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ ଥିବା ବେଳେ ତାଙ୍କର ଏଥର ନିର୍ବାଚନର ଆଭିମୁଖ୍ୟ ଏବଂ କ’ଣ ରହିଛି ରେମୁଣା ପାଇଁ ମୁଦ୍ଦା ସେନେଇ ଆମେ ଅଧିକ ଆଲୋଚନା କରିଥିଲୁ ।
2014ରେ ଗୋବିନ୍ଦ ରେମୁଣା ବିଧାୟକ ଥିବା ବେଳେ ଲୋକମାନଙ୍କ ପାଇଁ କାମ କରିଥିବା କଥା କହିଥିବା ବେଳେ 2019 ରେ ତାଙ୍କୁ ସେତିକି ମାତ୍ରାରେ ଜନସମର୍ଥନ ମିଳିନଥିଲା । ଯେତିକି ଦିନ ସେ ଶାସନ ଗାଦିରେ ବସିଥିଲେ ସେତିକି ଦିନ ମଧ୍ୟରେ ତାଙ୍କ ଦେହରେ ଦୁର୍ନୀତିର ଛିଟା ପଡ଼ି ନଥିବା କଥା ସେ କହିଛନ୍ତି । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ଏବଂ ଲୋକମାନଙ୍କ ଭଲ ପାଇବା ଅଛି । ମୋଦିଙ୍କ ଡାକରା ‘ଅବ କି ବାର 400 ପାର’ ନାରା ଏଥର ଲୋକମାନେ ସଫଳ କରିବାକୁ ଯାଉଥିବା କଥା ଗୋବିନ୍ଦ କହିଛନ୍ତି । ଏହାସହ ଗୋବିନ୍ଦ ସିଧା କଂଗ୍ରେସକୁ ଟାର୍ଗେଟ କରି କହିବା ସହ କଂଗ୍ରେସ କାର୍ଯ୍ୟକାଳ ସମୟରେ କୌଣସି କାର୍ଯ୍ୟ ହୋଇନାହିଁ ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଅନେକ କିଛି ବିକାଶ ରେମୁନାରେ ହୋଇ ପାରିଛି ବୋଲି କହିଛନ୍ତି ଗୋବିନ୍ଦ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ପ୍ରତିନିଧି ଜୀବନଜ୍ୟୋତି ନାୟକ ।
ଇଟିଭି ଭାରତ, ବାଲେଶ୍ବର