ରଘୁନାଥପାଲ୍ଲୀରେ କଂଗ୍ରେସ ଏକ ପାଖିଆ ବିଜୟୀ ହେବ: କଂଗ୍ରେସ ପ୍ରାର୍ଥୀ - ODISHA ASSEMBLY ELECTION 2024 - ODISHA ASSEMBLY ELECTION 2024
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Apr 3, 2024, 3:58 PM IST
Raghunathpali Assembly Constituency ରାଉରକେଲା: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ରାଜ୍ୟ ରାଜନୀତି । ବର୍ତ୍ତମାନ ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି ଦଳ । ଏହି କ୍ରମରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଗୋପାଳ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତେବେ ବହୁ ଜଣ କଂଗ୍ରେସ ଟିକେଟ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଗୋପାଳ ଦାସଙ୍କୁ ବର୍ତ୍ତମାନ ଭରସା କରିଛି କଂଗ୍ରେସ । ତେବେ ଫୁଲ୍ ଦମ୍ରେ ଲଢିବା ସହିତ ଏକ ପାଖିଆ ଜିତିବି ବୋଲି କହିଛନ୍ତି ଗୋପାଳ ।
ଯଦି ଦେଖିବା ଗୋପାଳ ଦାସ ହେଉଛନ୍ତି ଜଣେ ଟାଣୁଆ ଶ୍ରମିକ ନେତା। ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନାରେ ସେ କାର୍ଯ୍ୟ କରନ୍ତି ଏବଂ ଗାଙ୍ଗପୁର ମଯଦୁର ମଞ୍ଚର ସେ ସାଧାରଣ ସମ୍ପାଦକ ରହିଛନ୍ତି । ତବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଦୃଢୋକ୍ତିର ସହ କହିଛନ୍ତି, "ଏଥର ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନିଶ୍ଚିତ ଭାବରେ ବିଜୟୀ ହେବ । ମୁଁ ରାଉରକେଲା ଇସ୍ପାତ କାରଖାନାରେ ୟୁନିୟନ କରି ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ କରିଛି ଏବଂ ଶ୍ରମିକଙ୍କ ଦୁଃଖ ବୁଝିଛି । ତେଣୁ ଏଥର ଲୋକେ ନିଶ୍ଚିତ ଭୋଟ ଦେଇ ବିଜୟ କରାଇବେ । ଏଥର ବିଜେପି ସରକାର ଏବଂ ବିଜେଡି ସରକାର ଯେଉଁଭଳି ଭାବରେ ଲୋକଙ୍କୁ ଅବହେଳା କରି ଦୁର୍ନୀତି ଉପରେ ଦୁର୍ନୀତି କରୁଛନ୍ତି ତାହାକୁ ନେଇ ଏଥର ନିର୍ବାଚନ ମୈଦାନ କୁ ଓହ୍ଲାଇବେ।" ରଘୁନାଥପାଲ୍ଲୀ ପାଇଁ ବିଜେପି ଦୁର୍ଗା ତନ୍ତିଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡି ବର୍ତ୍ତମାନ ସୁଦ୍ଧା ଘୋଷଣା କରିନାହିଁ ।
ଇଟିଭି ଭାରତ, ରାଉରକେଲା