ପ୍ରଚାରର ଭିନ୍ନ ତରିକା: ଦୁଆର ଦୁଆର ବୁଲି ମୁଠାଏ ଧାନ ଭିକ୍ଷା ମାଗି ପ୍ରଚାର କରୁଛନ୍ତି ପ୍ରାର୍ଥୀ - Odisha Assembly Election 2024 - ODISHA ASSEMBLY ELECTION 2024
🎬 Watch Now: Feature Video
Published : Apr 19, 2024, 8:37 PM IST
Odisha Assembly Election 2024:ଖୋର୍ଦ୍ଧା: ପାଖେଇ ଆସୁଛି ନିର୍ବାଚନ । ଲୋକଙ୍କ ନିକଟତର ହେଉଛନ୍ତି ନେତା । ଚା ଖଟି ହେଉ ଅବା ଛକ ବଜାର ସବୁଠି ଏବେ ରାଜନୈତିକ ମାହୋଲ । ବିଭିନ୍ନ ସ୍ଥାନରେ ପ୍ରଚାର ଆରମ୍ଭ କରିଦେଇଛନ୍ତି ନେତା, ପ୍ରାର୍ଥୀ ଓ ସମର୍ଥକ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ତରିକା । ଏସବୁ ଭିତରେ ଜଟଣୀରେ 'ନବ ନିର୍ମାଣ କୃଷକ ସଙ୍ଗଠନ' ପକ୍ଷରୁ ଗଠନ କରାଯାଇଥିବା 'ମୋ ଦଳ' ବି ପଛରେ ନାହିଁ । ରାଜ୍ୟରେ 147 ଆସନରେ ପ୍ରାର୍ଥୀ ଦେବାକୁ ଦଳ ଘୋଷଣା କରିଛି ।
ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀରେ 'ମୋ ଦଳ'ର ପ୍ରାର୍ଥୀ ଏମଡି ଅନ୍ବର ଅଲିଙ୍କ ପ୍ରଚାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନ୍ବର ଅଲି ଜଟଣୀ ନିର୍ବାଚନ ମଣ୍ଡଳୀର ଗାଁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି ମୁଠାଏ ଧାନ ଆଉ 10 ଟଙ୍କା । ସେ କହିଛନ୍ତି, "ଏହି ଭିକ୍ଷା ଟଙ୍କାରେ ଚାଷୀର ଅଧିକାରକୁ ନେଇ ନିର୍ବାଚନ ଲଢ଼ିବି । ଆଉ ଏହି ଚାଷୀ ମୂଲିଆଙ୍କ ସେବା କରିବି ।" ଜଟଣୀର କନ୍ତିଆ, ଯାଆଁଳା, ପ୍ରଧାନ ସାହି ଆଦି ଅନେକ ଗାଁରେ ତାଙ୍କର ଏହି ଭିନ୍ନ ଅନ୍ଦାଜ ପ୍ରଚାର ଜାରି ରଖିଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା