thumbnail

ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କଲେ ନିମାପଡ଼ା ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ - Dillip Nayak files nomination

By ETV Bharat Odisha Team

Published : May 11, 2024, 11:36 AM IST

Dillip Nayak files nomination: ପୁରୀ: ଜିଲ୍ଲାର ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀର ଅତିରିକ୍ତ ଜିଲ୍ଲାପାଳ ତଥା ନିମାପଡ଼ାର ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନାମାଙ୍କନ ଭରିବା ପାଇଁ ବିଜେଡି ପ୍ରାର୍ଥୀ ନିମାପଡ଼ାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ପୁରୀରେ ପହଞ୍ଚିଥିଲେ । ଗୋପ, ନିମାପଡ଼ା ବ୍ଳକର ହଜାର ହଜାର ବିଜେଡି କର୍ମୀ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିବା ବେଳେ ଏହି ଶୋଭାଯାତ୍ରା ମାଧ୍ୟମରେ ଦିଲ୍ଲୀପ ତାଙ୍କ ଶକ୍ତି ପ୍ରଦର୍ଶନ କରିଥଲେ । 

ଏହାମଧ୍ୟ ପଢନ୍ତୁ.. ନିଆଳି ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଚଷାପୁଅ ତୃପ୍ତି ରଞ୍ଜନ - Odisha Assembly Election 2024

ନାମାଙ୍କନ ପତ୍ର ଦାଖଲ ପରେ ଦିଲ୍ଲୀପ କହିଛନ୍ତି,"ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦକୁ ନେଇ ନିର୍ବାଚନ ଲଢ଼ିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ ବର୍ଗ ଲୋକଙ୍କ ଉନ୍ନତି ପାଇଁ ଅନେକ କିଛି କାର୍ଯ୍ୟ କରିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ ଲୋକେ ନବୀନ ବାବୁଙ୍କୁ ପସନ୍ଦ କରୁଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ବିକାଶମୂଳକ କାର୍ଯ୍ୟକୁ ନେଇ ନିମାପଡା ନିର୍ବାଚନ ମଣ୍ଡଳୀରେ ବିପୁଳ ବିଜୟ ହାସଲ କରିବି ।" 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.