thumbnail

By ETV Bharat Odisha Team

Published : May 19, 2024, 8:50 PM IST

ETV Bharat / Videos

ବାରବାଟୀରେ କଂଗ୍ରେସ ପ୍ରାର୍ଥୀ ସୋଫିଆଙ୍କ ଜୋରଦାର ପ୍ରଚାର, କହିଲେ ନିଶ୍ଚୟ ଜିତିବି - SOFIA CAMPAIGN

CONGRESS CAMPAIGN IN BARABATI:କଟକ: ବାରବାଟୀରେ କଂଗ୍ରେସର ଜୋରଦାର ପ୍ରଚାର । ନିର୍ବାଚନକୁ ଆଉ ହାତ ଗଣତି କିଛି ଦିନ ବାକି ରହି ଥିବାବେଳେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋସ ପ୍ରଚାର ଜାରି ରଖିଛନ୍ତି । ସିଡିଏ ଅଞ୍ଚଳରେ ବିଶାଳ ବାଇକ ରାଲି ଜରିଆରେ ଭୋଟ ଭିକ୍ଷା କରିଛନ୍ତି ସୋଫିଆ । ବାପା ମହମ୍ମଦ ମୋକିମଙ୍କ ତତ୍ତ୍ବବାଧାନରେ ନିର୍ବାଚନୀ ମୈଦାନରେ ନିଜର ଭୋଟ ଭିକ୍ଷା କରିଛନ୍ତି ସେ । ଏହି ଅବସରରେ ସୋଫିଆ କହିଛନ୍ତି,"ବାରବାଟୀ ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ଯେପରି ମହମ୍ମଦ ମୋକିମ ଜନତାଙ୍କ ସେବା କରି ଆସୁଥିଲେ ଓ ବିକାଶର ଧାରାକୁ ଆଗକୁ ନେଇଥିଲେ । ସେହିପରି ମୋତେ ଯେଉଁ ସୁଯୋଗ ମିଳିଛି ମୁଁ ସେଥିରେ ମଧ୍ୟ ନିଜକୁ ସମର୍ପିତ କରିବି । ଜଣେ ରାଜନେତା ନୁହଁ ବରଂ ଜଣେ କର୍ମୀ ହୋଇ ନିର୍ବାଚନ ଲଢ଼ୁଛି ଓ ଲୋକଙ୍କର ଆଶୀର୍ବାଦରୁ ନିଶ୍ଚୟ ବିଜୟ ହେବି । 

ଏହା ମଧ୍ୟ ପଢନ୍ତୁ.....ଓଡିଶା ଆସିବେ ରାହୁଲ ଓ ଖଡ୍‌ଗେ, ବାଲେଶ୍ବର-ଭଦ୍ରକରେ କରିବେ ପ୍ରଚାର - RAHUL GANDHI TO VISIT ODISHA

ତେବେ କଟକରେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବାଜିମାତ କରିବ କଂଗ୍ରେସ ଏନେଇ ପୂର୍ବରୁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁରେଶ ମହାପାତ୍ର । ପୂର୍ବରୁ ସାରଳା ଭବନରେ ଅନୁଷ୍ଠିତ ବୈଠକରେ କଟକରେ କିପରି ଦଳ ବିଜୟୀ ହେବ ସେନେଇ ସମସ୍ତଙ୍କୁ ଗୁରୁମନ୍ତ୍ର ଫୁଙ୍କିଥିଲେ ଭେଟରାନ କଂଗ୍ରେସ ନେତା ମହମ୍ମଦ ମୋକିମ । ଏହି ବୈଠକରେ ସୁରେଶ ମହାପାତ୍ର କହିଥିଲେ ଯେ,ରାଜ୍ୟରେ ଦୀର୍ଘ ବର୍ଷ ଧରି ଚାଲିଛି ଏକ ଅପାରଗ ଶାସନ । ଯେଉଁଠି ବିକାଶ ନାଁରେ ବିନାଶ ହିଁ ହେଉଛି । ପ୍ରଗତି ନାଁରେ ସବୁଠୁ ପଛୁଆ ରାଜ୍ୟ ଭାବରେ ଆମ ରାଜ୍ୟକୁ ଗଢି ତୋଳି ସାରିଲେଣି ବିଜେଡି ସରକାର । ଓଡିଶାରେ ତାମିଲ ଶାସନ ଜାରି ରହିଛି । ନାଁ ମୁଖ୍ୟମନ୍ତ୍ରୀ ଓଡ଼ିଆ ଠିକ୍ ସେ କହି ପାରିଲେ ନାଁ ଲେଖି ପାରିଲେ । ଏଠି ଅସ୍ମିତା ଉପରେ ପ୍ରଶ୍ନ ଉଠିବା ସ୍ୱଭାବିକ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.