ରୋମାଞ୍ଚକର ମ୍ୟାଚ, ରୋମାଞ୍ଚକର ବିଜୟ: ଭାରତ ଟ୍ରଫି ଉଠାଇବା ମୁହୂର୍ତ୍ତ ଶୁଣନ୍ତୁ ଓଡିଆ କ୍ୟାମେରାମ୍ୟାନଙ୍କ ମୁହଁରୁ ? - t20 world cup

By ETV Bharat Odisha Team

Published : Jun 30, 2024, 3:35 PM IST

thumbnail
ODIA CAMERAMAN (ETV BHARAT ODISHA)

କଟକ: 17 ବର୍ଷର ଅପେକ୍ଷା ପରେ ଭାରତ ଟି 20 ବିଶ୍ବକପ ହାତେଇଛି । ରୋହିତଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ବ ବିଜୟୀ ହୋଇଛି । ଫାଇନାଲ ମ୍ୟାଚରେ ଦର୍ଶକ ଦେଖିଥିଲେ ରୋମାଞ୍ଚକର ମୁକାବିଲା । ବିଦେଶରେ ମ୍ୟାଚ ଖେଳାଯାଇଥିବା ବେଳେ ସେଠାରେ ଫାଇନାଲ ମ୍ୟାଚ ଦେଖିବାର ସୁଯୋଗ ପାଇଥିଲେ ଓଡ଼ିଶାର କ୍ୟାମେରାମ୍ୟାନ ପ୍ରସନ କୁମାର ପ୍ରଧାନ । ଏହି ମ୍ୟାଚକୁ ଷ୍ଟାର ସ୍ପୋଟ୍ସରେ ଲାଇଭ ଦେଖାଉଥିଲେ ପ୍ରସନ । ରୋହିତ ବାହିନୀର ବିଜୟର ମୁହୂର୍ତ୍ତ ଖୁବ ନିକଟରୁ ଦେଖି ସେ ଆତ୍ମ ବିଭୋର ହୋଇପଡିଥିଲେ । ଇଟିଭି ଭାରତର କଟକ ପ୍ରତିନିଧିଙ୍କ ସହ ସେ ଫୋନରେ କଥା ସେହି ସମୟର ମୁହୂର୍ତ୍ତକୁ ବଖାଣିଛନ୍ତି । ତାଙ୍କ ଆଖି ଆଗରେ ଭାରତ ବିଶ୍ବକପ ଉଠାଇଥିଲା । ପ୍ରସନଙ୍କ ଘର କଟକ ଚୌଦ୍ୱାର ଅଞ୍ଚଳରେ । ଦୀର୍ଘ ବର୍ଷ ହେଲା ସେ କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରୁଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.