ଫିଡେ ଚେସ ବିଶ୍ୱକପରେ ଚମକିଲେ ଓଡିଆ ପୁଅ ସାତ୍ତ୍ବିକ, ଅଣ୍ଡର 8 ବିଭାଗରେ ଜିଣିଲେ ବ୍ରୋଞ୍ଜ - Odia Boy Satwik Swain Won Bronze

By ETV Bharat Odisha Team

Published : Jul 4, 2024, 10:59 PM IST

thumbnail
Odia Boy Satwik Swain Won Bronze (ETV Bharat Odisha)

Odia Boy Satwik Swain Won Bronze: ଭୁବନେଶ୍ବର: ରାଜ୍ୟ ପାଇଁ ଚେସ୍‌ ଖେଳି ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ସାତ୍ଵିକ ସ୍ବାଇଁ । ଜର୍ଜିଆରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ଅଣ୍ଡର 8, ଅଣ୍ଡର 10 ଓ ଅଣ୍ଡର 12 ଫିଡେ (Fide) ଚେସ ବିଶ୍ବକପରେ ଅଂଶଗ୍ରହଣ କୃତିତ୍ବ ଆଣିଛନ୍ତି ସାତ୍ତ୍ବିକ । ଅଣ୍ଡର 8 ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଓଡ଼ିଆ ପୁଅ ସାତ୍ଵିକ ସ୍ବାଇଁ । ପୂର୍ବରୁ ରାଷ୍ଟ୍ରୀୟ ଏବଂ ଜାତୀୟ ସ୍ତରରେ ଅନେକ ପଦକ ଜିତିବା ପରେ ବିଶ୍ବ ମହଲରେ ଭାରତ ପାଇଁ ପଦକ ଜିତି ସୁନାମ ଅର୍ଜନ କରିଛନ୍ତି । 

ତେବେ ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ନିଜ ପ୍ରଦର୍ଶନକୁ ନେଇ ଖୁସି ଥିବା ପ୍ରତିକ୍ରିୟା ରଖିଛନ୍ତି ସାତ୍ଵିକ । ଜର୍ଜିଆରେ ପୁଅ ସହ ରହି ପୁଅକୁ ପଦକ ଜିତାଇବାରେ ସାହାଯ୍ୟ କରିଥିଲେ ବାପା ସମ୍ବିତ ସ୍ବାଇଁ । ସେ ମଧ୍ୟ ପୁଅର ପ୍ରଦର୍ଶନକୁ ନେଇ ବେଶ ଖୁସି ଥିବା ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପକ୍ଷରେ ମା ସୋନମ ସରିତା ମହାନ୍ତି ପୁଅର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିଥିବାବେଳେ 2020 ରେ ପୁଅକୁ ଚେସ ଖେଳିବାକୁ ପ୍ରୋତ୍ସାହନ ଦେଇଥିବା ପ୍ରତିକ୍ରିୟା ରଖିଛନ୍ତି ।  

ଏହା ମଧ୍ୟ ପଢନ୍ତୁ ... ମୁମ୍ବାଇରେ ବିଶ୍ବ ଚମ୍ପିଆନ ଭାରତର ବିଜୟୀ ପରେଡ୍‌, ଦେଖନ୍ତୁ LIVE - Team India Victory Parade Live

ସେ କହିବା ମୁତାବକ ସାତ୍ତ୍ବିକ 2022ରେ କୋଚିଂ ନେବା ଆରମ୍ଭ କରିଥିଲେ ଓ ନ୍ୟାସନାଲ ଲେବଲ୍‌ରେ ଭଲ ପ୍ରଦର୍ଶନ ମଧ୍ୟ କଲେ । ତାଙ୍କ ବାପା ତା ପାଇଁ ବହୁତ କଷ୍ଟ କରିଛନ୍ତି । ଏହା ସହ କୋଚ ମାନଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ତାଙ୍କ ବାପା କହିଛନ୍ତି । ଆଗକୁ ସରକାରୀ ସ୍ତରରେ ସାହାଯ୍ୟ ମିଳିଲେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ତାଙ୍କ ବାପା । ତେବେ ସାତ୍ତ୍ଵିକ 1567 ପଏଣ୍ଟ ହାସଲ କରି ଆଜାଦ ଖୁଦୁଜାଦେଙ୍କୁ (1461) ପରାସ୍ତ କରି ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ବେଳେ ପରିବାର ଲୋକଙ୍କ ସହ ପଢ଼ୁଥୁବା ଡ଼ିଏଭି ସ୍କୁଲର ଶିକ୍ଷକ ଏବଂ ଚେସ ଆସୋସିଏସନର ସଦସ୍ୟ ସାତ୍ତ୍ଵିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ତାଙ୍କୁ କ୍ରୀଡ଼ା ବିଭାଗ ଦ୍ଵାରା ସ୍ବାଗତ କରାଯାଇଛି । ଆଗକୁ ଗ୍ରାଣ୍ଡ ମାଷ୍ଟର ହେବାକୁ ଲକ୍ଷ୍ୟ ରଖିଛନ୍ତି ସାତ୍ତ୍ବିକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.