ନାମାଙ୍କନ ଦାଖଲ ପରେ ବିଜେଡିକୁ କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥଙ୍କ ଟାର୍ଗେଟ୍ - Sidharth Routray Targets BJD - SIDHARTH ROUTRAY TARGETS BJD
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 10, 2024, 7:58 PM IST
Sidharth Routray Targets BJD: ପୁରୀ: ନିମାପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ସିଦ୍ଧାର୍ଥ ରାଉତରାୟ । ସେ ଏକ ସାଇକେଲରେ ଆସି ନିଆରା ଢଙ୍ଗରେ ନିଜର ନାମାଙ୍କନ ଭରିଛନ୍ତି । ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ ରାଉତରାୟ । ତେବେ ନାମାଙ୍କନ ପତ୍ର ଦାଖଲ ପରେ ସିଧାସଳଖ ବିଜେଡିକୁ ଟାର୍ଗେଟ କରିଛନ୍ତି ସିଦ୍ଧାର୍ଥ । ସେ କହିଛନ୍ତି, "ଯେଉଁ ଦଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜର ପ୍ରଚାର ପାଇଁ ଏକ ଗାଡ଼ିରେ ବସାଇ ଭିକ ମଗାଇଲା ତାହାକୁ କେବେବି ଓଡି଼ଆ କ୍ଷମା ଦେବେ ନାହିଁ । ଯେଭଳି ଗଜପତିଙ୍କ ଅପମାନ ପାଇଁ ନିଜେ ମହାପ୍ରଭୁ କାଞ୍ଚି ରାଜାଙ୍କ ସହ ଲଢେଇ କରି ପରାସ୍ତ କରିଥିଲେ ସେହିପରି ସ୍ଥିତି ହେବ ।"
"ମହାପ୍ରଭୁ ଓଡ଼ିଶାରୁ ତାମିଲ ଶାସନକୁ ହଟାଇବେ। ତେବେ ବିଜେଡିର ନିମାପଡ଼ା ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କୁ ସେ ଟାର୍ଗେଟ କରି କହିଛନ୍ତି, "ଦିଲ୍ଲୀପ ଜଣେ ବେପାରୀ । ସେ ବିଭିନ୍ନ ଦଳକୁ ଯାଇ ବିଜେଡିକୁ ଆସିଛନ୍ତି । ଲୋକେ ତାଙ୍କ ଉଦ୍ଦେଶ୍ୟ ଜାଣିଗଲେଣି" ବୋଲି କହିଛନ୍ତି ସିଦ୍ଧାର୍ଥ । ସେପଟେ ଓଡି଼ଆ ଅସ୍ମିତା ପ୍ରସଙ୍ଗରେ କହିବା ସହ ଖୁଲମଖୁଲା ବିଜେଡି ନେତାଙ୍କୁ ଆହ୍ଵାନ ଦେଇଛନ୍ତି ସିଦ୍ଧାର୍ଥ । ସେ କହିଛନ୍ତି, "ଦମ୍ ଅଛି ତ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ନିମାପଡ଼ାରୁ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ଲଢନ୍ତୁ ।" ସେପଟେ ବିଭିନ୍ନ ବାମଦଳ ଓ ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ଆଜି ନିମାପଡ଼ା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଇଟିଭି ଭାରତ, ପୁରୀ