ଡବଲ ଇଞ୍ଜିନ ସରକାର ହିଁ ବିକଳ୍ପ: ଟଙ୍କଧର - nari shakti vandan program - NARI SHAKTI VANDAN PROGRAM

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 10, 2024, 10:20 PM IST

NARI SHAKTI VANDAN PROGRAM: ଝାରସୁଗୁଡା: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ଝାରସୁଗୁଡା ବିଜେପି । ଆଜି ସହରରେ ଆୟୋଜିତ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଓ କାର୍ଯ୍ୟକୁ କଡ଼ା ସମାଲୋଚନା କରିଥିଲେ ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଏହି ଅବସରରେ ସେ କହିଛନ୍ତି ଯେ,ଗତ ୧୫ ବର୍ଷ ଧରି ଝାରସୁଗୁଡାରେ ଯେଉଁମାନେ ଲୋକଙ୍କ ଭୋଟ ପାଇ ପ୍ରତିନିଧିତ୍ବ କଲେ ଆଜି ସେମାନଙ୍କୁ ପ୍ରଶ୍ନ କରିବାର ସମୟ ଆସିଛି । ବିକାଶର ଦ୍ବାହି ଦେଇ କେବଳ କ୍ଷମତାରେ ରହି ଝାରସୁଗୁଡାରେ ବିକାଶ ନାଁରେ ବିନାଶ କରିଥିବା ଲୋକଙ୍କୁ ଆଜି ଲୋକେ ପ୍ରତ୍ୟାଖ୍ୟାନ କରନ୍ତୁ । 

ସେହିପରି ଘରେ ଘରେ ପାଣି ପହଞ୍ଚି ପାରିନାହିଁ । ସରକାରୀ କଲେଜ ହେଲାନାହିଁ । ଶିଳ୍ପ ସଂସ୍ଥାରେ ସ୍ଥାନୀୟ ନିଯୁକ୍ତି ନାହିଁ । ନିଜେ ବେପାରରେ ମାତି ଲୋକଙ୍କୁ ଦୁଃଖରେ ବୁଡାଇ ରଖିଲେ । ସେଭଳି ଜନ ପ୍ରତିନିଧି ଝାରସୁଗୁଡାବାସୀଙ୍କ ସ୍ବପ୍ନ ପୂରଣ କରି ପାରିବେ ନାହିଁ । ଏଥର କେନ୍ଦ୍ରରେ ପୁଣି ମୋଦି ସରକାର ଆଉ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହିଁ ବିକଳ୍ପ । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ମହିଳା ମୋର୍ଚ୍ଚା ସଭାପତି ଲଷ୍ମୀ ଜେନାଙ୍କ ନେତୃତ୍ବରେ ଶହ ଶହ ମହିଳା ସାମିଲ ହୋଇ ଭାରତୀୟ ଜନତା ପାର୍ଟିକୁ ଜିତାଇବାର ସକଳ୍ପ ନେଇ ଥିଲେ । ସେହିଭଳି ଜିଲ୍ଲା ସଭାପତି ସୁନୀଲ ପଣ୍ଡା ,ଝାରସୁଗୁଡା ପ୍ରଭାରୀ ସୁନୀଲ ଦାଶ, ଲଳିତ ମଗର, ଦିଲେଶ୍ଵର ରାଓ ପ୍ରମୁଖ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ....ହ୍ୟାଟିକ୍ ଲକ୍ଷ୍ୟରେ ପ୍ରୀତିରଞ୍ଜନ; ସୁକିନ୍ଦାରେ ତ୍ରିମୁଖୀ ଲଢେଇ - Sukinda Assembly Constituency

ଇଟିଭି ଭାରତ,ଝାରସୁଗୁଡା 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.