ବଦଳିଲା ଲକ୍ଷ୍ମୀ ବସର ନାମ, 'ମୁଖ୍ୟମନ୍ତ୍ରୀ ବସ ସେବା' ନାମରେ ଚାଲିବ: ପରିବହନ ମନ୍ତ୍ରୀ - LACCMI BUS NAME CHANGED

By ETV Bharat Odisha Team

Published : Jun 27, 2024, 12:30 PM IST

Updated : Jun 27, 2024, 1:13 PM IST

thumbnail
LACCMI BUS NAME CHANGED (ETV BHARAT ODISHA)

ପୁରୀ: ବଦଳିଲା ଲକ୍ଷ୍ମୀ ବସର ନାମ । ଲକ୍ଷ୍ମୀବସ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ଚାଲିବ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେହିପରି ରଥ ଯାତ୍ରା ପାଇଁ ରାଜ୍ୟର ସବୁ ବ୍ଳକରୁ ସ୍ଵତନ୍ତ୍ର ବସ ପୁରୀକୁ ଯାତାୟାତ କରିବ ବୋଲି କହିଛନ୍ତି ମନ୍ତ୍ରୀ । ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗଦେବା ଅବସରରେ ପରିବହନ ମନ୍ତ୍ରୀ କହିଛନ୍ତି, ''ରଥଯାତ୍ରାରେ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବ। ଭକ୍ତମାନେ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବେ, ଠକେଇର ଶିକାର ନ ହେବେ ସେ ନେଇ ବେଶ ଗୁରୁତ୍ଵ ଦେଉଛି ରାଜ୍ୟ ପରିବହନ ବିଭାଗ । ପୁରୀରେ ବସ ରହିବା ପାଇଁ ପାର୍କିଂ ବ୍ୟବସ୍ଥା ସହ ଭକ୍ତଙ୍କୁ ମାଗଣା ଖାଦ୍ୟ ବଣ୍ଟନର ବ୍ୟବସ୍ଥା ରହିଛି ।  ରଥଯାତ୍ରା ପାଇଁ ରାଜ୍ୟର ସବୁ ବ୍ଳକରୁ ସ୍ଵତନ୍ତ୍ର ବସ ପୁରୀକୁ ଯାତାୟାତ କରିବ । ବସଗୁଡିକ ସବୁ ବ୍ୟବସ୍ଥା ରହିବ । ଯାତ୍ରୀ ମାନେ ଠକେଇର ଶିକାର ଯେଭଳି ନ ହୁଅନ୍ତି ବସରେ ରେଟ ଚାର୍ଟ ଲାଗିବ । ସେହିପରି ପୁରୀ ସହରରେ ଥିବା ଅଟୋଗୁଡିକରେ ମଧ୍ୟ ରେଟ୍ ଚାର୍ଟ ଲାଗିବ । ନିୟମ ଉଲ୍ଲଘଂନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଲକ୍ଷ୍ମୀ ବସ ସେବାରେ କିଛି ତ୍ରୁଟି ରହିଛି । ତାହାକୁ ସମାଧାନ କରାଯାଇ ଲକ୍ଷ୍ମୀ ବସ ସେବାକୁ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ଚଳାଇବା ପାଇଁ ସରକାର ପ୍ରସ୍ତୁତ ।''

Last Updated : Jun 27, 2024, 1:13 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.