ବିଧାୟକଙ୍କ ଅଚାନକ ଶ୍ରୀଅନ୍ନ କେନ୍ଦ୍ର ପରିଦର୍ଶନ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା - mla visits shriarna kendra

By ETV Bharat Odisha Team

Published : Jul 29, 2024, 6:08 PM IST

thumbnail
MLA VISITS SHRIARNA KENDRA: (ETV Bharat Odisha)

MLA VISITS SHRIARNA KENDRA: ନବରଙ୍ଗପୁର: ପୂର୍ବ ସରକାରଙ୍କ ଆହାର କେନ୍ଦ୍ର ତଥା ବର୍ତ୍ତମାନର ଶ୍ରୀଅନ୍ନ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିବା ସହ ଆହାର କେନ୍ଦ୍ରରେ ଖାଦ୍ୟ ଗ୍ରହଣ କଲେ ବିଧାୟକ । ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ହଠାତ୍ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆହାର କେନ୍ଦ୍ର ବା ଶ୍ରୀଅନ୍ନ କେନ୍ଦ୍ରକୁ ହଠାତ୍ ପରିଦର୍ଶନ କରିଛନ୍ତି । ସେଠାରେ ପରିପାର୍ଶିକ ସ୍ଥିତି ଖାଦ୍ୟ ଗୁଣବତ୍ତା ଯାଞ୍ଚ କରିବା ସହ ରୋଷେଇ ଶାଳର ପରିଷ୍କାର ପରିଛନ୍ନତା ବୁଲି ଦେଖିଥିଲେ । କେନ୍ଦ୍ରର ସମସ୍ତ ବ୍ୟବସ୍ଥା ନେଇ ଖୁସି ବ୍ୟକ୍ତ କରିବା ସହ ନିଜେ ମଧ୍ୟ ସେଠାରେ ଖାଦ୍ୟ ଗ୍ରହଣ କରିଥିଲେ । ଏହାପରେ ଶ୍ରୀଅନ୍ନ କେନ୍ଦ୍ରର ପାର୍ଶ୍ୱରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିଦର୍ଶନରେ ଯାଇ ସେଠାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ସିଟି ସ୍କାନ କେନ୍ଦ୍ରକୁ ଯାଇ କାର୍ଯ୍ୟରତ ଟେକ୍ନିସିଆନମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଉପାନ୍ତ ନୁହେଁ ଉପକଣ୍ଠରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ବିଦ୍ୟାଳୟରେ ନାହାନ୍ତି ଆବଶ୍ୟକୀୟ ଶିକ୍ଷକ, ଭଙ୍ଗା ଆଜବେଷ୍ଟ ତଳେ ଚାଲିଛି ପାଠପଢା - Shortage Of Teachers In School 

ଇଟିଭି ଭାରତ, ନବରଙ୍ଗପୁର 
   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.