thumbnail

By ETV Bharat Odisha Team

Published : May 18, 2024, 6:36 PM IST

ETV Bharat / Videos

ସରିଲା ଆଦିବାସୀଙ୍କ ବାଲିଯାତ୍ରା, ପାରମ୍ପରିକ ବାଦ୍ୟରେ ଝୁମିଲା ଗାଁ ଦାଣ୍ଡ - Bhimaguda Baliyatra

Bhimaguda Baliyatra: ନବରଙ୍ଗପୁର: ଶେଷ ହେଲା ତିନି ମାସିଆ ବାଲିଯାତ୍ରା । ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅଞ୍ଚଳଗୁମା ପଞ୍ଚାୟତର ଭୀମାଗୁଡା ଠାରେ ଆଦିବାସୀଙ୍କ ପାରମ୍ପରିକ ବାଲିଯାତ୍ରା ଶେଷ ହୋଇଛି । ଭୀମାଗୁଡା ବାଲିଯାତ୍ରା ପୂଜା କମିଟିର ସଭାପତି ପଦ୍ମନାଭ ପଟେଲଙ୍କ ଅଧ୍ୟକ୍ଷତାରେ ଏହି ଯାତ୍ରା ମାର୍ଚ୍ଚ ୧୭ ତାରିଖରୁ ଆରମ୍ଭ ହୋଇ ମେ ୧୭ ତାରିଖ ଯାଏଁ ତିନି ମାସ ଧରି ଚାଲିଥିଲା।  

ଏହା ମଧ୍ୟ ପଢ଼ନ୍ତୁ.. ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା: ୪୨ ତୁମ୍ବରେ ସରିଲା ସୂତା ବାଡିଆ, ଆଗେଇ ଚାଲିଛି ବିନ୍ଧ କାର୍ଯ୍ୟ - Rath Construction In Puri

ଯାତ୍ରାରେ ଭୀମାଗୁଡା ଗ୍ରାମର ସମସ୍ତ ଦେବାଦେବୀ ଉକ୍ତ ସ୍ଥାନରେ ପୂଜା ପାଇଥିବା ବେଳେ ସମସ୍ତଙ୍କୁ ତିନିମାସ ପାଇଁ ନିମନ୍ତ୍ରଣ ହୋଇଥିଲା। ଦେବାଦେବୀ ମନୁଷ୍ୟ ରୂପରେ ବିରାଜ ହୋଇ ଏହି ସ୍ଥାନରେ ଶିରା ଖେଳନ୍ତି ଓ ଲୋକେ ବିଶ୍ବାସର ସହ ତାଙ୍କୁ ପୂଜା ପାଠ କରନ୍ତି । ଏହି ଯାତ୍ରାକୁ ୧୨ ବର୍ଷକୁ ଥରେ ପାଳନ କରିଥାନ୍ତି ଗ୍ରାମବାସୀ । ବିଶ୍ୱାସ ରହିଛି ଗାଁ ଦେବୀ ସନ୍ତୁଷ୍ଟ ହେଲେ ଚାଷ କାର୍ଯ୍ୟ ଭଲ ଭାବରେ ହେବା ସହିତ ରୋଗ ସମସ୍ୟା ଦୂର ହୋଇଥାଏ । ଫଳରେ ଗାଁରେ ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ବାସ ରହିଛି । ଯାତ୍ରାରେ ଆଖପାଖ ଗ୍ରାମର ଏକ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଭିଡ଼ ଜମିଥିଲା । ଯାତ୍ରାଟି ଦୁଇ ଦିନ ଧରି ଚାଲିଥିବା ବେଳେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟକ ରାତିରେ ପରିବେଷଣ କରାଯାଉଛି l ଯାହାର ସୂଚନା ବାଲିଯାତ୍ରା କମିଟି ସଭାପତି ପଦ୍ମନାଭ ପଟେଲ, ସମ୍ପାଦକ ରଘୁନାଥ ପୂଜାରୀ ପ୍ରମୁଖ ଦେଇଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.