ଚାଷୀଙ୍କୁ ମୁଗ ବିହନ ମିଳୁନଥିବା ଅଭିଯୋଗ, କୃଷି କାର୍ଯ୍ୟାଳୟ ଆଗରେ କୃଷକ ସଂଗଠନର ଧାରଣା
🎬 Watch Now: Feature Video
Naba Nirman Krushak Sangathan Protest in Khordha: ଖୋର୍ଦ୍ଧା: ଚାଷୀଙ୍କୁ ମିଳିଲା ନାହିଁ ମୁଗ ବିହନ । କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ । ଏଭଳି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼-ବେଗୁନିଆ ବ୍ଲକରେ ଦେଖିବାକୁ ମିଳିିଛି । ଚାଷୀଙ୍କୁ ଉନ୍ନତମାନର ମୁଗ ବିହନ ଯୋଗାଇ ଦେବାକୁ ଚଳିତ ବର୍ଷ ଏନଜିଓଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ଠିକ ସମୟରେ ଚାଷୀ ବିହନ ପାଉନଥିବା ଅଭିଯୋଗ । ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନଜିଓ ଓ କୃଷି କର୍ମଚାରୀଙ୍କ ଖାମଖିଆଲ ନୀତି ଯୋଗୁଁ ଏହି ସବୁ ମୁଗ ବିହନ ଚାଷୀ ପାଖରେ ନପହଞ୍ଚି ପାରିବା ନ ଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ନବ ନିର୍ମାଣ କୃଷକ ସଂଗଠନ ବୋଲଗଡ଼ କୃଷି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ।
ଏହା ମଧ୍ୟ ପଢନ୍ତୁ.....ଚିନାବାଦାମ ଚାଷରେ ଅଜଣା ପୋକ ନଜର, ଚାଷୀ ମୁଣ୍ଡରେ ଚଡ଼କ
ବୋଲଗଡ଼ କୃଷି କାର୍ଯ୍ୟାଳୟ ଅନ୍ତର୍ଗତ ୧୯ଟି ପଞ୍ଚାୟତରେ ସରକାରୀ ମୁଗ ବିହନ ବଣ୍ଟନରେ ବ୍ୟାପକ ଅନମିୟତା ହୋଇଥିବା ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । ମୁଗ ବୁଣି ସାରି ଏବେ ଅମଳ କରିବାର ସମୟ ଆସିଥିଲେ ମଧ୍ୟ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ମୁଗ ବିହନ ଦିଆଯାଇନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବିହନ ନ ପାଇ ଚାଷୀମାନେ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ସେପଟେ ବୋଲଗଡ଼ କୃଷି ଅଧିକାରୀ କହିଛନ୍ତି,"ଆମେ ସେମାନଙ୍କୁ ବୁଝାସୁଝା କରୁଛୁ । ଚଳିତ ବର୍ଷ ବହୁ ବିଳମ୍ବରେ ସରକାର ଏନଜିଓ ମାଧ୍ୟମରେ ୮ଶହ ହେକ୍ଟର ଜମି ପାଇଁ ମୁଗ ଓ ୩ଶହ ହେକ୍ଟର ଜମିରେ ବିରି ସରକାରୀ ବିହନ ଯୋଗାଇ ଦେଇଛନ୍ତି ।" ହେଲେ ମୁଗ ବିହନ ବଣ୍ଟା ନଯିବା ପାଇଁ କିଏ ଉତ୍ତରଦାୟୀ ସେ ନେଇ ଉଠିଛି ପ୍ରଶ୍ନ ।
ଇଟିଭି ଭାରତ, ଖୋର୍ଦ୍ଧା