ତେଜୁଛି ରାଉରକେଲା ମହାନଗର ନିର୍ବାଚନ ଦାବି, ନୂଆ ସରକାର ଆସିବା ପରେ ଫିଟିବ କି ବାଟ ? - MUNICIPAL ELECTION DEMAND - MUNICIPAL ELECTION DEMAND

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 23, 2024, 10:42 AM IST

ରାଉରକେଲା: ସହରରେ କେବେ ହେବ ମହାନଗର ନିଗମ ନିର୍ବାଚନ । ଆଜିବି ଲୋକଙ୍କ ଦାବି ରାଉରକେଲା ମହାନଗର ନିଗମ ନିର୍ବାଚନ କରିବା ପାଇଁ କିନ୍ତୁ ସରକାର ପକ୍ଷରୁ ପଦକ୍ଷେପ ଶୂନ । ପୂର୍ବ ବିଜେଡ଼ି ସରକାର ରାଉରକେଲା ମହାନଗର ନିର୍ବାଚନ ଜାଣି ଶୁଣି କରୁନଥିବା ନେଇ ବାରମ୍ବାର ଅଭିଯୋଗ କରିଥିଲେ ଲୋକେ ଏବଂ ବିରୋଧୀ ଦଳ । ତେବେ ଏଥର କିନ୍ତୁ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି ଏବଂ ବିଜେପି ସରକାର ଏଠରେ ସରକାର କରିଛି ତେବେ ବର୍ତ୍ତମାନ ରାଉରକେଲା ମହାନଗର ନିଗମ ନିର୍ବାଚନ ବାଟ ଫିଟିବା ନେଇ ଆଶା ଦେଖାଦେଇଛି । କିନ୍ତୁ ବର୍ତ୍ତମାନ ମଧ୍ୟ ଏହା ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । 

ସୂଚନା ଅନୁସାରେ, ୨୦୧୩ରୁ ଆଜି ଯାଏ ରାଉରକେଲାରେ ହୋଇନାହିଁ ନିର୍ବାଚନ । ରାଉରକେଲାର ଉନ୍ନତି ପାଇଁ ୱାର୍ଡରେ ନାହାନ୍ତି ଜନପ୍ରତିନିଧି ଲୋକେ ଅସନ୍ତୋଷ । ଗତ ୧୯୫୫ ଜୁଲାଇ ୨୦ରେ ରାଉରକେଲା ଏନ୍‌ଏସି ମାନ୍ୟତା ପାଇଥିଲା । ୧୯୮୮ ସେପ୍ଟେମ୍ବର ୧୭ରେ ଏନ୍‌ଏସିରୁ ପୌରପାଳିକା ହୋଇଥିଲା । ୨୦୦୮ରେ ରାଉରକେଲା ପୌରପାଳିକା ୩୩ଟି ୱାର୍ଡକୁ ନେଇ ନିର୍ବାଚନ ହୋଇଥିଲା । ଗତ ୨୦୧୪ ନଭେମ୍ବର ୧୪ରେ ସରକାର ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କଲେ । ଜଗଦା, ଗୋପପାଲି, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ଝାଡ଼ତରଙ୍ଗ, ନବକୃଷ୍ଣନଗର, ତଳବାଲିଯୋଡି, ଆଇଡିଏଲ୍‌ କଲୋନି, ଗୋପବନ୍ଧୁନଗର, ଭଞ୍ଜ କଲୋନି, ସୋନାପର୍ବତ, ଧରମଡ଼ିହି ଆଦି ଅଞ୍ଚଳକୁ ସାମିଲ କରିଥିଲେ । 

ଏହା ମଧ୍ୟ ପଢନ୍ତୁ: ଜୋର ଧରିଲା ମହାନଗର ନିର୍ବାଚନ ଦାବି, ରାଉରକେଲାରେ ଗର୍ଜିଲା କଂଗ୍ରେସ

ସରକାରଙ୍କ ବିଜ୍ଞପ୍ତିକୁ ବିରୋଧ କରି କିଛି ବସ୍ତିବାସିନ୍ଦା ଗତ ୨୦୧୫ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ସରକାରଙ୍କ ବିଜ୍ଞପ୍ତିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ନିର୍ବାଚନ । ନିର୍ବାଚନ ହେଉନଥିବାରୁ ବର୍ତ୍ତମାନ ମଧ୍ୟ ରାଉରକେଲା ଜନସାଧାରଣ ବିଭିନ୍ନ ଅସୁବିଧା ଭୋଗୁଛନ୍ତି । ବିଭାଗୀୟ ଅଧିକାରୀ ଅଭିଯୋଗ କଲେ ମଧ୍ୟ ଫଳ ଶୂନ । ତେବେ ବର୍ତ୍ତମାନ ନୂଆ ସରକାର ଆସିବ ପରେ ଏହି ମହାନଗର ନିର୍ବାଚନ ହେଉଛି ନା ପୂର୍ବ ସରକାର ଭଳି ଏହି ସରକାର ମଧ୍ୟ ବିଭିନ୍ନ ଆଳ ଦେଖାଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.