ମୌସୁମୀ ପ୍ରବାହରେ ରାଜ୍ୟରେ ବର୍ଷା ଜାରି; ନୂଆପଡାରେ ଚାଷ କାମ ଆରମ୍ଭ, ଚାଷୀ ମହଲରେ ଖୁସିର ଲହରୀ - Farmers Started Cultivation

By ETV Bharat Odisha Team

Published : Jun 25, 2024, 12:41 PM IST

thumbnail
ମୌସୁମୀ ପ୍ରବାହରେ ରାଜ୍ୟରେ ବର୍ଷା ଜାରି; ନୂଆପଡାରେ ଚାଷ କାମ ଆରମ୍ଭ, ଚାଷୀ ମହଲରେ ଖୁସିର ଲହରୀ (ETV Bharat Odisha)

ନୂଆପଡା: ଜିଲ୍ଲାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ବିଳମ୍ବରେ ପ୍ରବେଶ କରିଛି । ଫଳରେ ଅନ୍ନଦାତା ଚାଷୀ ତାର ଚାଷ କାମ ମଧ୍ୟ ବିଳମ୍ବରେ ଆରମ୍ଭ କରିଛି । ପ୍ରତିବର୍ଷ ଜୁନମାସ ପ୍ରଥମ ସପ୍ତାହରୁ ଚାଷକାମ ଆରମ୍ଭ କରି ଜୁନମାସ ଶେଷ ସପ୍ତାହ ସୁଦ୍ଧା ଧାନ ବୁଣା ତଳିପକା କାମ ଶେଷ କରିଥାଏ ଚାଷୀ । ହେଲେ ଚଳିତ ବର୍ଷ ବିଳମ୍ବରେ ବର୍ଷା ହୋଇଥିବା କାରଣରୁ ଏବେ ତେବେ ଚାଷୀ ଜମି ପ୍ରସ୍ତୁତ କରି ଧାନ ବୁଣା ଆରମ୍ଭ କରିଛି ଏବଂ ଆଗକୁ ଭଲ ବର୍ଷା ହେବା ସହିତ ଜମିରେ ସୁନା ଫସଲ ଉପାର୍ଜନ କରିବା ଆଶାରେ ଚାଷୀ ।
 

ଏହା ମଧ୍ୟ ପଢନ୍ତୁ: ମୌସୁମୀର ଲୁଚକାଳି: ଆଗେଇ ପାରୁନି ଚାଷକାର୍ଯ୍ୟ, ଚିନ୍ତାରେ ଚାଷୀକୁଳ 

"ଚାଷକାମ ଯାହାର କିଆନନ୍ଦ ତାହାର ସିଏ ସିନା ଯୋଗାଉଛି ଦୁନିଆକୁ ଆହାର ।" ଏହି ମନ୍ତ୍ରରେ ମନ୍ତ୍ରିତ ହୋଇ ଚାଷୀ ମାନେ ଚାଷକାମ ଆରମ୍ଭ କରିଦେଇଛନ୍ତି । ଚାଷଜମିରେ ଚାଷୀ ପରିବାର ସମସ୍ତେ ଏକାକାର ହୋଇ ଜମି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଚଳିତ ବର୍ଷ ବିଳମ୍ବରେ ହେଲେ ବି ମୌସୁମୀ ବର୍ଷା ଆସିବା ପରେ ଚାଷୀ ପରିବାରରେ ଏକପ୍ରକାର ଖୁସି ଦେଖାଦେଇଛି । କାରଣ ବର୍ଷକର ଚାଷ କରି ପରିବାର ପ୍ରତିପୋଷଣରେ ସହାୟକ ହେବେ ଚାଷୀ । ଆଗକୁ ଜମିରେ ଭଲ ଫସଲ ହେବ ବୋଲି ଆଶା ରଖିଛି ଚାଷୀ ।


ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.