ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି, ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର - MLA Gouri Shankar Majhi - MLA GOURI SHANKAR MAJHI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 22, 2024, 10:31 PM IST

Memorandum to Higher Education Minister: ନବରଙ୍ଗପୁର: ମନ୍ତ୍ରୀ ସୁରଜ ସୂର୍ଯ୍ୟ ବଂଶୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ନବରଙ୍ଗପୁରର ନବ ନିର୍ବାଚିତ ବିଧାୟକ ଗୌରୀ ଶଙ୍କର ମାଝୀ। ନବରଙ୍ଗପୁରର ନବ ନିର୍ବାଚିତ ବିଧାୟକ ଗୌରୀ ଶଙ୍କର ମାଝୀ ଶପଥ ଗ୍ରହଣ ପରେ ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି କରିଛନ୍ତି। ଯାହାପାଇଁ ଗୌରୀ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ କ୍ରୀଡ଼ା ଯୁବ ବ୍ୟାପାର ମନ୍ତ୍ରୀ ସୁରଜ ସୂର୍ଯ୍ୟ ବଂଶୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ତାଙ୍କ ସହିତ ନବରଙ୍ଗପୁର ବିଜେପି ଯୁବ ମୋର୍ଚ୍ଚାର ସଭାପତି କାହ୍ନୁ ଦାସ, ଜିଲ୍ଲା ଯୁବ ମୋର୍ଚ୍ଚାର ଶୁଭ୍ରଜିତ ପାଣିଗ୍ରାହୀ ଉପସ୍ଥିତ ଥିଲେ।   

ଏହା ମଧ୍ୟ ପଢ଼ନ୍ତୁ.. ଆଗାମୀ ବଜେଟ ପାଇଁ କେନ୍ଦ୍ର ଆଗରେ ୯ ଦାବି ରଖିଲା ଓଡିଶା - Odisha proposals for Union Budget

ଦାବିପତ୍ରରେ ଗୌରୀ ଶଙ୍କର ମାଝୀ ଉଲ୍ଲେଖ କରିଛନ୍ତି ଯେ, ଜିଲ୍ଲାରେ ସର୍ବ ପୁରାତନ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ମିଳି ପାରିନାହିଁ । ୧୯୭୧ରେ ସ୍ଥାପିତ ଏହି ମହାବିଦ୍ୟାଳୟ ୫୩ ବର୍ଷ ଅତିକ୍ରାନ୍ତ କରି ଗଲାଣି। ସରକାରୀ ମାନ୍ୟତାରୁ ବଞ୍ଚିତ ହୋଇ ଥିବାରୁ ଏହାର ଉନ୍ନତି ହୋଇ ପାରୁନାହିଁ। ମହାବିଦ୍ୟାଳୟ ସହିତ ଜିଲ୍ଲାବାସୀଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି। ପ୍ରାୟ ୪୦ ଏକର ଜମିରେ ୫୦ଟି ଶ୍ରେଣୀ ଗୃହ, ଖେଳ ପଡିଆ, ୩ଟି ହଷ୍ଟେଲ, ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ୍, ୨ଟି ବଟାନିକଲ ଗାର୍ଡେନ ରହିଛି। ଏଠାରେ ୩ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମହାବିଦ୍ୟାଳୟ ବିକାଶ ପାଇଁ ଭିତ୍ତିଭୂମି ଓ ପିଜି ପାଠ୍ୟକ୍ରମର ଆବଶ୍ୟକତା ରହିଛି। ଦୀର୍ଘ ଦିନ ଧରି ସରକାରୀ ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା କେହି ଦୃଷ୍ଟି ଦେଇ ନାହାନ୍ତି। ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବାକୁ ବିଧାୟକ ଗୌରୀ ଶଙ୍କର ମାଝୀ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.