ଭୁବନେଶ୍ୱର ମୁକୁଳା ଡ୍ରେନ ନେଲା ନାବାଳକ ଜୀବନ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ୪ ଲକ୍ଷ ସହାୟତା - Minor boy dies

By ETV Bharat Odisha Team

Published : Jun 18, 2024, 9:00 PM IST

thumbnail
Minor boy dies in Bhubaneswar (ETV Bharat Odisha)

Minor boy dies in Bhubaneswar: ଭୁବନେଶ୍ବର: ଆଜି ରାଜଧାନୀରେ ଜାରି ରହିଥିଲା ପ୍ରବଳ ବର୍ଷା। ହେଲେ କିଏ ଜାଣିଥିଲା ଏହି ବର୍ଷା ପାଣି ଜଣଙ୍କ ଜୀବନ ନେଇ ଯିବ।ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଜି ରାଜଧାନୀର ୟୁନିଟ୍-୩ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଯେଉଁଥିରେ ରାଜଧାନୀର ମୁକୁଳା ଡ୍ରେନ ଗୋଟେ ନିରୀହ ଜୀବନ ନେଇଯାଇଛି। ବର୍ଷା ପାଣିର ପ୍ରଖର ସ୍ରୋତରେ ୟୁନିଟ-୩ର ମସଜିଦ କଲୋନୀର ଜଣେ ନାବାଳକ ମୁକୁଳା ଡ୍ରେନରେ ପଡ଼ି ଭାସି ଯାଇଥିବା ସୂଚନା ମିଳିଛି ।    

ଏହା ମଧ୍ୟ ପଢ଼ନ୍ତୁ.. ଭାଙ୍ଗିଗଲା ବାହାଘର, ଶେଷ ରଜରେ ଜୀବନ ହାରିଲେ ଯୁବତୀ - Young Woman Died

ସୂଚନା ଅନୁସାରେ, ପାଣିରେ ଏକ ବେଲୁନ ଭାସୁଥିବାର ଦେଖି ଏହାକୁ ଧରିବା ପାଇଁ ଚେଷ୍ଟା କରୁଥିଲା ନାବାଳକ । ହେଲେ ବେଲୁନ ଧରିବା ସମୟରେ ପାଦ ଖସିଯିବାରୁ ସେ ଡ୍ରେନ ଭିତରକୁ ଖସି ପଡ଼ିଥିଲା । ଏହାପରେ ବର୍ଷାପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲା ନାବାଳକ । ପିଲାଟିକୁ ଉଦ୍ଧାର କରିବା ପାଇଁ ଅନେକ ଉଦ୍ୟମ କରାଯାଇଥିଲେ ମଧ୍ୟ ବିଫଳ ହୋଇଥିଲେ। ଶେଷରେ ଲକ୍ଷ୍ମୀସାଗର ଓସ୍କାର ସିଟି ପାଖରୁ ସେ ବାଳକକୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ। ସେଠାରୁ ତାକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଘଟଣାରେ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହା ଏସଡିଆରରୁ ପ୍ରଦାନ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.