ସୁନା ବେଶରେ ଦର୍ଶନ ଦେଲେ କୁନି ଜଗନ୍ନାଥ - Lord Jagannath Suna Besha

By ETV Bharat Odisha Team

Published : Jul 18, 2024, 10:44 AM IST

thumbnail
LORD JAGANNATH SUNA BESHA (ETV BHARAT ODISHA)

ବ୍ରହ୍ମପୁର: କୁନି ରଥରେ ଜଗନ୍ନାଥଙ୍କ ସୁନାବେଶ । ଏପରି କଳାକୃତି କରିଛନ୍ତି ବ୍ରହ୍ମପୁରର ଯୁବଶିଳ୍ପୀ ସତ୍ୟ ନାରାୟଣ ମହାରଣା । ସେ କାଠରେ ଏହି କଳାକୃତି  ତିଆରି କରିଥିବା ବେଳେ ଚୁମକି ଓ ମାଳିରେ ମହାପ୍ରଭୁଙ୍କ ସୁନାବେଶ କରିଛନ୍ତି ।  ରଥାରୂଢ କାଳିଆ ଠାକୁରଙ୍କ ଉଚ୍ଚତା ୫ ଇଞ୍ଚ ହୋଇଥିବା ବଳେ ଓସାର ୩ ଇଞ୍ଚ ରହିଛି ।  ରଥଯାତ୍ରାରେ ସତ୍ୟ ଦିଆସିଲ କାଠିରେ ନନ୍ଦିଘୋଷ ରଥ ତିଆରି କରିଥିଲେ। ଏଥିରେ ୧୬ ଚକ, ୪ ଘୋଡ଼ା, ୨ ଓଲଟ ଶୁଆ, ଦଧିନଉତି, ସାରଥୀ ପତିତପାବନ ବାନା ଏବଂ ମହାପ୍ରଭୁ ରହିଥିଲେ । ଅତିଛୋଟ ହେଲେ ସୁଦ୍ଧା ରଥଟି ବହୁତ୍ ସୁନ୍ଦର ଭାବେ ଗଢ଼ିଥିଲେ ସତ୍ୟ। ଏହାର ଉଚ୍ଚତା 3 ଇଞ୍ଚ ଓ ଓସାର 2 ଇଞ୍ଚ ରହିଥିବା ବେଳେ ତାହାକୁ ପ୍ରସ୍ତୁତ କରିବାକୁ ସତ୍ୟଙ୍କୁ ଗୋଟିଏ ଦିନ ଲାଗିଥିଲା । ଏଥିସହ କୋଲଡ୍ରିଙ୍କ୍ସ ବଟଲରେ ସେ ଜଗନ୍ନାଥଙ୍କ ପ୍ରତିମୃର୍ତ୍ତି କରିଥିଲେ ।  

ଏହା ମଧ୍ୟ ପଢନ୍ତୁ-ଦିଆସିଲି କାଠିରେ ତିନି ରଥ, ମନ ମୋହୁଛି ଯୁବ ଶିଳ୍ପୀଙ୍କ କଳାକୃତି - Ice Cream and match stick Ratha

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.