thumbnail

ରାଜଧାନୀରେ ଧସିଲା ଜାତୀୟ ରାଜପଥ: ଦବିଲା ଆଇଗେଣିଆ ଫ୍ଲାଇଓଭର, ଫସିଲା ୪୦୭ - NH 16 Roadslide in Bhubaneswar

By ETV Bharat Odisha Team

Published : Jul 8, 2024, 11:07 PM IST

NH 16 Roadslide in Bhubaneswar: ଭୁବନେଶ୍ବର: ରାଜଧାନୀରେ ଦବିଲା NH 16 ଫ୍ଲାଏଓଭର । ଆଇଗେଣିଆ ନିକଟ ବ୍ରିଜରେ ଧସିଲା ରାସ୍ତା । ଦୁଇ ଫୁଟ ପର୍ଯନ୍ତ ମାଟି ଦବି ଫସିଗଲା ଚଳନ୍ତା ମିନି ଟ୍ରକ । ଖୋର୍ଦ୍ଧାରୁ ଭୁବନେଶ୍ବର ଆସୁଥିବା ରାଜ୍ୟର ଏକ ପ୍ରମୁଖ ଜାତୀୟ ରାଜପଥର ରାସ୍ତା ଦବିବା ନେଇ ଦେଖାଦେଇଛି ଅସନ୍ତୋଷ ।  

ମିଳିଥିବା ସୁଚନା ଅନୁସାରେ ଅପରାହ୍ନ ସମୟରେ ଘଟିଛି ଏହି ଅଘଟଣ । ଖୋର୍ଦ୍ଧା ପଟୁ ଆସୁଥିବା ଏକ ୪୦୭ ମିନି ଟ୍ରକ ଆଇଗେଣିଆ ନିକଟରେ NH 16ରେ ଫ୍ଲାଏଓଭର ଉପରେ ହଠାତ୍ ମାଟି ଧସିବା ଯୋଗୁଁ ଖସିଥିଲା ଦୁଇ ଫୁଟ ତଳକୁ । ଜାତୀୟ ରାଜପଥରେ ଏଭଳି ଫ୍ଲାଏଓଭର ଦବିବା ପରେ ଲୋକେ ଆତଙ୍କିତ ହୋଇପଡିଥିଲେ । ଏହି ରାସ୍ତା ଦେଇ ଯାଉଥିବା ମିନି ଟ୍ରକ ଡ୍ରାଇଭର ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ । କାରଣ ଗାଡିଟି ବୋଝେଇ ଥିବାବେଳେ ଗତିଶୀଳ ଅବସ୍ଥାରେ ଫସିଯାଇଥିଲା । ତେବେ ଗାଡ଼ିର ବେଗ କମ ଥିବା ଯୋଗୁଁ ଓ ମାଲ ବୋଝେଇ ହୋଇଥିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ । ତେବେ ରାସ୍ତାରେ ଯାତାୟାତ ବନ୍ଦ ପରେ ଏବେ ବିକଳ୍ପ ରାସ୍ତା ଦେଇ ଅତିକ୍ରାନ୍ତ କରୁଛନ୍ତି ଅନ୍ୟାନ୍ୟ ଗାଡି । ନିମ୍ନମାନର କାମ ଯୋଗୁଁ ରାସ୍ତା ଦବିଥିବା ନେଇ ଲୋକେ ଆଶଙ୍କା କରୁଛନ୍ତି । ଏପରିକି ଦାୟିତ୍ବ ବା ମରାମତିରେ ଥିବା ସଂସ୍ଥାର ମନମୁଖୀ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି ।

କେବଳ ଏ ଘଟଣା ନୁହେଁ, ଠିକ ୧୦ ମାସ ପୂର୍ବରୁ ଏହି ସ୍ଥାନର ଠିକ ବିପରୀତ ପଟରେ, ଅର୍ଥାତ ଭୁବନେଶ୍ବରରୁ ଖୋର୍ଦ୍ଧା ରାସ୍ତାର ଆଇଗେଣିଆ ହଟି କଲ୍ଚର-ଏମ୍ସ ରୋଡ଼ରେ ମଧ୍ୟ ଏନ୍‌ଏଚ୍‌ ଧସିଥିଲା । ତେବେ ଏହି ରାସ୍ତାର ଏକ ଟର୍ଣ୍ଣିଂ ପଏଣ୍ଟରେ ଦୁଇ ଦୁଇ ଥର ଏଭଳି ଘଟଣା ଘଟିବା ଏନ୍‌ଏଚ୍‌ ଉପରେ ଯାଉଥିବା ଲକ୍ଷାଧିକ ଯାନ ପାଇଁ ଏକ ପ୍ରକାର ବିପଦ ସଂକୁଳ ପରିସ୍ଥିତି ସୃଷ୍ଟି କରୁଛି । ଏନେଇ ଏନ୍‌ଏଚ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଉତ୍ତର ମିଳିପାରିନାହିଁ । ସେପଟେ ଏଭଳି ଅବହେଳା ନେଇ ଗର୍ଜିଛନ୍ତି ସ୍ଥାନୀୟ‌ ବାସିନ୍ଦା ।

ଏହା ମଧ୍ୟ ପଢ଼ନ୍ତୁ...କାହିଁକି 15ବର୍ଷ ତିଷ୍ଠି ପାରିଲାନି ଜାତୀୟ ରାଜପଥ ବ୍ରିଜ୍ ? ଭୁବନେଶ୍ବରକୁ ଯାତାୟତରେ ଲାଗିଲା ବ୍ରେକ୍‌

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.