thumbnail

ରାଉରକେଲାରେ ଶୁଆ ଚୋରାଚାଲାଣ, ୪୦ ଶୁଆ ଉଦ୍ଧାର, ଜଣେ ଗିରଫ

By ETV Bharat Odisha Team

Published : Feb 2, 2024, 1:43 PM IST

Parrot smuggling in Rourkela: ରାଉରକେଲା: ସହରରେ ଶୁଆ ଚୋରାଚାଲାଣ ରାକେଟର ଆଉ ଜଣେ ଅଭିଯୁକ୍ତ ଗିରଫ । ୪୦ଟି ଶୁଆକୁ ଉଦ୍ଧାର ସହ ଜଣେ ଅଭିଯୁକ୍ତକୁ ଗିରଫ କଲା ବନବିଭାଗ । ଅଭିଯୁକ୍ତ ଜଣକ ରାଉରକେଲା ସମେତ ରାଜ୍ୟ ବାହାରକୁ ମଧ୍ୟ ଶୁଆ ଚାଲାଣ କରାଯାଉଥିବା ଜଣାପଡିଛି । ସୁନ୍ଦରଗଡ ଜିଲ୍ଲା ନୂଆଗାଁ ଅଞ୍ଚଳରୁ ଏହି ବିଲୁପ୍ତପ୍ରାୟ ଶୁଆଗୁଡିକୁ ଉଦ୍ଧାର କରାଯାଇଛି । 

ଏହାମଧ୍ୟ ପଢନ୍ତୁ..ପେଟ୍ ଫାର୍ମ ଆଳରେ ଜଙ୍ଗଲୀ ଶୁଆର ଚୋରା ଚାଲାଣ, ମାଡି ବସିଲା ବନ ବିଭଗ

ରାଉରକେଲା ଡିଏଫଓ ଯଶୋବନ୍ତ ସେଠୀଙ୍କ ସୂଚନା ମୁତାବକ, ରାଉରକେଲା ଅଞ୍ଚଳରେ ପକ୍ଷୀ ଚାଲାଣ ହେଉଥିବା ନେଇ ବନ ବିଭାଗ ବିଶେଷ ସୁତ୍ରରୁ ଖବର ପାଇଥିଲା । ଏହାପରେ ଗତ 23ତାରିଖରେ ରାଉରକେଲା ବନ ଅଞ୍ଚଳରେ ଶୁଆ ଚୋରାଚାଲାଣ ହେଉଥିବା ଖବର ପାଇ ଚଢାଉ କରାଯାଇଥିଲା । ଏହି ସମୟରେ 82ଟି ଶୁଆ ସହ 2 ଜଣଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ଆଉ 2 ଜଣ ଫେରାର ହୋଇଯାଇଥିଲେ । ଏନେଇ ତଦନ୍ତ ଚାଲିଥିବା ବେଳେ ଏହି ରାକେଟର ଆଉ ଜଣେ ଅଭିଯୁକ୍ତ ବିଷୟରେ ଜାଣିବାକୁ ପାଇଥିଲା ବନବିଭାଗ । ନୂଆଗାଁର ଅଞ୍ଚଳର ତାହିର ଅନସାରି ନାମକ ଜଣେ ବ୍ୟକ୍ତି ଜଙ୍ଗଲରୁ ଶୁଆ ସଂଗ୍ରହ କରି ଅନ୍ୟମାନଙ୍କୁ ଚାଲାଣ କରୁଥିବା ନେଇ ତଦନ୍ତ ବେଳେ ଜଣାପଡିଥିଲା । ଏହାପରେ ଅନସାରି ଘରେ ଅତର୍କିତ ଚଢାଉ କରି 40ଟି ବିଲୁପ୍ତ ହେବାକୁ ଥିବା ଜଙ୍ଗଲୀ ଶୁଆ( Alexandrine Parrots) ଶୁଆ ଶାବକକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଅନସାରୀକୁ ଗିରଫ କରାଯାଇଛି  । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.