ବିଜେପିରେ ଯୋଗଦେଲେ ନବରଙ୍ଗପୁରର ଶତାଧିକ ବିଜେଡି କର୍ମୀ - BJP joining program - BJP JOINING PROGRAM
🎬 Watch Now: Feature Video
Published : Apr 15, 2024, 10:14 PM IST
BJP Joining program ନବରଙ୍ଗପୁର: ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କଂଗ୍ରା ପଞ୍ଚାୟତର ବିଭିନ୍ନ ଗ୍ରାମର ଏକାଧିକ ବିଜେଡ଼ି ନେତା ଓ କର୍ମୀ ଆଜି(ସୋମବାର) ବିଜେପିରେ ସାମିଲ ହୋଇଛନ୍ତି । ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ନୂତନ ଭାବେ କର୍ମୀମାନେ । ତେବେ ବିଜେପିର ଲୋକସଭା ନିର୍ବାଚନ ପରିଚାଳନା ପ୍ରସ୍ତୁତି ବୈଠକ ଅବସରରେ ଓଡ଼ିଶା ରାଜ୍ୟ ସହ ପ୍ରଭାରୀ ଲତା ହୁଷେଣ୍ଡି ଓ ରାଜ୍ୟ ସଙ୍ଗଠନ ସଂପାଦକ ମାନସ ମହାନ୍ତିଙ୍କ ଉପସ୍ଥିତିରେ ସେମାନେ ଦଳରେ ଯୋଗ ଦେଇଛନ୍ତି ।
ଯୋଗ ଦେଇଥିବା ନେତା ଓ କର୍ମୀମାନେ ହେଲେ ଶିବ ଶଙ୍କର ମାଳି, କୃଷ୍ଣ ଭତରା, ନନ୍ଦ ଗୌଡ, ଭୁଜବଳ ଭତରା, ଲକ୍ଷ୍ମଣ ଗୌଡ, ଦୈତାରି ମାଳି, ରାଜୀବ ମାଳି, ସାଇବ ମାଳି, ଝଡେଶ୍ୱର ମାଳି, ବିଜୟ ହିଆଲ, ରୀନା ରାଣୀ ନାୟକ, ରତନ ନାୟକ ପ୍ରମୁଖ । ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାନସଭା ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ ତଥା ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ ନୂଆକରି ଯୋଗ ଦେଇଥିବା ନେତାମାନଙ୍କୁ ଉତ୍ତରୀୟ ଓ ଉପ ଢୌକନ ଦେଇ ସ୍ବାଗତ କରିଥଲେ ।
ଏହି ମିଶ୍ରଣ ଦ୍ଵାରା ଦଳ ମଜଭୁତ ସ୍ଥିତିରେ ପହଞ୍ଚିବ ବୋଲି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମାଲକାନଗିରି ଜିଲ୍ଲା ସଭାପତି ନିମାଇ ସରକାର, କୋରାପୁଟ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ପୂର୍ବତନ ସଂସଦ ପର୍ଶୁରାମ ମାଝୀ ଓ ଲୋକସଭା ପ୍ରାର୍ଥୀ ମାନଜିର ଆର୍ଯ୍ୟ, ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡକାମି, ସଂଯୋଜାକ ରାମେଶ୍ବର ଜେନା, ଅଶୋକ ପାଢ଼ୀ, ଅଚ୍ୟୁତ ବିଶୋଇ, ଜ୍ୟୋତି ରଞ୍ଜନ କଂସ, କାହ୍ନୁ ଦାଶ, ସମେତ ସାତଟି ବିଧାନସଭା କ୍ଷେତ୍ରର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, ନବରଙ୍ଗପୁର