ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Mangala Alati of Patidian
🎬 Watch Now: Feature Video
Published : Jun 29, 2024, 6:41 AM IST
Patidian Mangala Alati: ପୁରୀ: ଜ୍ୱରରେ ପୀଡିତ ହୋଇ ଅଣସର ଘରେ ମହାବାହୁ । ଫୁଲୁରୀ ତେଲ ଲାଗି ପରେ ଆରମ୍ଭ ହୋଇଛି ଓଷଲାଗି ନୀତି । ଧିରେ ଧିରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ବରୀ ଓ ବଡଠାକରୁ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯାଉଛି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ଯ୍ୟନ୍ତ ପଟିଦିଅଁ ପୂଜା ପାଇବେ । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମଙ୍ଗଳ ଆଳତି ଦର୍ଶନ କରିବା ସହ ପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ତେବେ ଶ୍ରୀବିଗ୍ରହମାନେ ରତ୍ନବେଦୀରେ ବିଜେ ନଥିବାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ରହିଛି ।
ପୁରୀ, ଇଟିଭି ଭାରତ