ଦର୍ଶନ କରନ୍ତୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ମଙ୍ଗଳ ଆଳତି, ଶୁଭମୟ ହେବ ଦିନ - Mangala alati of patidian

By ETV Bharat Odisha Team

Published : Jun 26, 2024, 8:17 AM IST

thumbnail
Mangala Alati of Patidian (Mangala Alati of Patidian)

Mangala Alati of Patidian: ପୁରୀ: ମହାପ୍ରଭୁଙ୍କ ଅଣସର ନୀତିର ଆଜି(ବୁଧବାର) ଚତୁର୍ଥ ଦିନ । ଅତ୍ୟଧିକ ସ୍ନାନ କରି ଅସୁସ୍ଥ ହୋଇ ଅଣସର ଘରେ ମହାପ୍ରଭୁ । ସେଠାରେ ତାଙ୍କୁ ଗୁପ୍ତ ଉପଚାର ବିଧି ଚାଲିଛି  । ଏହି ସମୟରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ଜଗମୋହନରେ ବିଜେ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ପଟିଦିଅଁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀ ଓ ବଡଠାକରୁ ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବଙ୍କୁ ପଟିଦିଅଁ ରୂପେ ପୂଜା କରାଯାଉଛି । ନବ ଯୌବନରେ ଠାକୁର ଦର୍ଶନ ଦେବା ପର୍ଯ୍ୟନ୍ତ ପଟିଦିଅଁ ପୂଜା ପାଇବେ । ପଟିଦିଅଙ୍କ ନିକଟରେ ମଙ୍ଗଳ ଆଳତି, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ ଆଦି ନୀତିକାନ୍ତି କରାଯାଉଛି  । ଆଜି ସକାଳୁ ପଟିଦିଅଁଙ୍କ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଛି । ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମଙ୍ଗଳ ଆଳତି ଦର୍ଶନ କରିବା ସହ ପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି । ଅନ୍ୟପଟେ ଶ୍ରୀବିଗ୍ରହ ଅଣସର ଘରେ ଥିବାରୁ ମନ୍ଦିରରେ ଗହଳି ଚହଳି କମ ରହିଛି ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.