ଶୁଭମୟ ହେବ ଦିନ, ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ - Mangala Alati

By ETV Bharat Odisha Team

Published : Apr 22, 2024, 6:52 AM IST

thumbnail

Mangala Alati: ପୁରୀ: ବିଶ୍ବ ନିଅନ୍ତା, କୋଟି ଓଡ଼ିଆଙ୍କ ମଉଡମଣୀ, ଭକ୍ତର ଭାବରେ ବନ୍ଧା କାଳିଆ ଠାକୁର । ନିରାଶାର ଆଶା ସେ ଅନାଥର ନାଥ ପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତିଦିନ ଭୋରୁ ଶ୍ରୀମନ୍ଦିରରେ ପତିତପାବନଙ୍କ ଆଳତୀ ହୋଇଥାଏ । ଆଜି ମଧ୍ୟ ଭୋରୁ ସେବାୟତମାନଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ  କରାଯାଇଛି । ଶଙ୍ଖନାଦ, ଘଣ୍ଟି ଓ ମନ୍ତ୍ରୋଚାରଣରେ କମ୍ପି ଉଠିଥିଲା ଚଉଦିଗ ।  ଆଳତୀ ନେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତମାନେ ଭିଡ଼ ଜମାଇଛନ୍ତି । ବିଶ୍ବାସ ରହିଛି ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । କାଳିଆ ସାଆନ୍ତେଙ୍କୁ ଦର୍ଶନ କରିବା ପାଇଁ ଆତୁର ଭକ୍ତ । ପ୍ରତିଦିନ ଦୂରଦୂରାନ୍ତରରୁ  ଶ୍ରୀକ୍ଷେତ୍ର ଛୁଟିଥାଏ ଭକ୍ତଙ୍କ ସୁଅ । ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ହୁଏ । ବର୍ଷକୁ ଥରେ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ମହାପ୍ରଭୁ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.