ମଙ୍ଗଳମୟ ହେବ ଦିନ, ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି - mangala alati at shri mandir

By ETV Bharat Odisha Team

Published : Jul 13, 2024, 7:41 AM IST

thumbnail
MANGALA ALATI (ETV BHARAT ODISHA)

ପୁରୀ: ରଥଯାତ୍ରାରେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ମହାପ୍ରଭୁ । ସାଙ୍ଗରେ ବଡ ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରାଙ୍କୁ ସାଥିରେ ନେଇଛନ୍ତି । ଶ୍ରୀମନ୍ଦିରରେ ରତ୍ନସିଂହାସନ ଖାଲିପଡିଥିବାରୁ ଖାଁ ଖାଁ ମନ୍ଦିର ପରିସର ।  ଆଉ ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ବାହୁଡା ଯାତ୍ରାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।  ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି  କରାଯାଇଛି । ମହାପ୍ରଭୁ ଅମସରରେ ଥିବା ବେଳେ ପଟିଦିଅଁଙ୍କ ଆଳତି କରାଯାଉଥିଲା । ଆଜି ପତିତପାନଙ୍କ ଆଳତି କରାଯାଇଛି ।  ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡ଼ି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । ପୁରୀ ରଥଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ପୁରୀକୁ ଆସିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.