ମଙ୍ଗଳମୟ ହେବ ଦିନ, ଶ୍ରୀମନ୍ଦିରରେ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତି - Mangala Alati

By ETV Bharat Odisha Team

Published : Jul 12, 2024, 7:36 AM IST

thumbnail
Mangala Alati (ETV BHARAT ODISHA)

ପୁରୀ: ଅଣସର ସରିବା ପରେ ବଡ ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ରଥଯାତ୍ରାରେ ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯାଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ରତ୍ନସିଂହାସନ ଖାଲିପଡିଥିବାରୁ ଖାଁ ଖାଁ ମନ୍ଦିର ପରିସର । ଆଜି ସକାଳୁ ସକାଳୁ ଶ୍ରୀମନ୍ଦିରରେ ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି  କରାଯାଇଛି । ମହାପ୍ରଭୁ ଅଣସରରେ ଥିବାବେଳେ ପଟିଦିଅଁଙ୍କ ଆଳତି କରାଯାଉଥିଲା । ଆଜି ପତିତପାନଙ୍କ ଆଳତି କରାଯାଇଛି । ସବୁଦିନ ପରି ଆଜି ମଧ୍ୟ ସେବାୟତମାନଙ୍କ ଦ୍ବାରା ବଡ଼ି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିଲା । ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଥିଲା ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି ନୀତି । କୁହାଯାଏ ଯେ, ମଙ୍ଗଳ ଆଳତି ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇଥାଏ ଓ ଭଗବାନଙ୍କ ଅପାର କରୁଣା ପୂଣ୍ୟପ୍ରାପ୍ତି ହୋଇଥାଏ । ପୁରୀ ରଥଯାତ୍ରା ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ପୁରୀକୁ ଆସିଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.