କୁକୁର କାମୁଡାରେ ଯୁବକ ଅସୁସ୍ଥ, କରୁଛନ୍ତି କୁକୁର ଭଳି ଆଚରଣ - Man Starts Barking After Dog bite

🎬 Watch Now: Feature Video

thumbnail

By ETV Bharat Odisha Team

Published : May 21, 2024, 9:57 PM IST

Man Starts Barking After Getting Bitten By Dog: ରାୟଗଡା: କୁକୁର କାମୁଡିବା ପରେ ଜଣେ ଯୁବକ ଦେଖାଉଛନ୍ତି କୁକୁର ଭଳି ଆଚରଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରେ । ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ରତନଗୁଡା ଗ୍ରାମର ହରିପୁର ବ୍ରେଡେକାଙ୍କୁ ଗତ ୪ଦିନ ତଳେ ଏକ ବୁଲା କୁକୁର କାମୁଡି ଦେଇଥିଲା । ପରେ ତାଙ୍କୁ ମୁନିଗୁଡା ଡାକ୍ତରଖାନାକୁ ଆଣି କୁକୁର କାମୁଡା ଇଞ୍ଜେକସନ ଦେବା ସହ ଚିକିତ୍ସା କରି ଘରକୁ ନେଇଥିଲେ ପରିବାର ଲୋକେ । ହେଲେ ଗତକାଲି ଠାରୁ ସେହି ଯୁବକ ଜଣକ କୁକୁର ଭଳି ଆଚରଣ କରୁଥିବା ଦେଖିବାକୁ ମିଳିଛି । କୁକୁରଙ୍କ ଭଳି ଭୁକିବା ସହ କୁକୁରଙ୍କ ଭଳି ଖାଇବା ଏବଂ ପିଇବା କରୁଛନ୍ତି । ଏପରିକି କାହାକୁ ନିକଟରେ ପାଇଲେ କାମୁଡିବାକୁ ଗୋଡାଉଛି ।

ଏହା ମଧ୍ୟ ପଢ଼ନ୍ତୁ.. ରମଜାନ ମାସରେ ଖେଳିଗଲା ଦୁଃଖର ବାଦଲ, ବୁଲା କୁକୁର ଆକ୍ରମଣରେ ଚାଲିଗଲା ରେଶମା - Stray Dogs Attack

ପରିବାର ଲୋକେ ସେହି ଯୁବକଙ୍କୁ ପୁଣି ମୁନିଗୁଡା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପରେ ସେଠାରେ ଡାକ୍ତର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ପଠାଇବା ପାଇଁ ପରାମର୍ଶ ଦେଲେ । ହେଲେ ପରିବାର ଲୋକେ ଦେଶୀ ପଦ୍ଧତିରେ ଚିକିତ୍ସା କରାଇବା ପାଇଁ ଜିଦ ଧରି ବସିଥିଲେ । ଡାକ୍ତରୀ ଟିମ ଓ ସ୍ଥାନୀୟ ଲୋକେ ବହୁ ବୁଝାବୁଝି କରି ନାକେଦମ୍ ହୋଇଯାଇଥିଲେ । ଶେଷରେ ବାଧ୍ୟ ହୋଇ ବହୁତ ସମୟ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ଆଦିବାସୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ଆଜି ମଧ୍ୟ ଚେରମୂଳି ଓ ଗୁଣି ଗାରେଡିକୁ ଅଧିକ ବିଶ୍ବାସ କରି ଅଧିକାଂଶ ସମୟରେ ଜୀବନକୁ ବାଜି ଲଗାଉଛନ୍ତି । ଅନ୍ୟପଟେ ଡାକ୍ତରଙ୍କ କହିବା ଅନୁସାରେ ଏଭଳି ଲକ୍ଷଣ କୁକୁର କାମୁଡା ରୋଗୀଙ୍କ ପାଖରେ ଦେଖା ଦେଇଥାଏ । ତେବେ ପୂର୍ବରୁ ମଧ୍ୟ କୌଣସି ପାଗଲା କୁକୁର କାମୁଡିଥିବା ସନ୍ଦେହ କରି ଚିକିତ୍ସା କରୁଛନ୍ତି ଡାକ୍ତର ।  

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.