ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା - lifetime imprisonment

By ETV Bharat Odisha Team

Published : Jun 27, 2024, 10:43 AM IST

thumbnail
ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା (ETV Bharat Odisha)

କଟକ: ବାପା ହତ୍ୟାକାରୀ ପୁଅକୁ ଆଜୀବନ ସଜ୍ଜା । 6ବର୍ଷର ବ୍ୟବଧାନ ପରେ ପିତୃହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ପୁଅ ।  କଟକ ଜିଲ୍ଲା ଦ୍ଵିତୀୟ ଦୌରା ଜଜ କୋର୍ଟ ଦେଲେ ଏହି ଦଣ୍ଡ । ଆଜୀବନ ସଜ୍ଜା ସହ ୧୦ହଜାର ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ । ଜରିମାନା ଅନାଦେୟ ଅଧିକ 1ବର୍ଷ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସନ୍ତୋଷ ସାହୁକୁ ଏହି ଆଜୀବନ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୨୦୧୮ ମସିହାରେ ସିଡିଏ ସେକ୍ଟର ୭ରେ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା ।  

ଏହା ବି ପଢନ୍ତୁ- ଡବଲ ମର୍ଡର ଘଟଣା, ହତ୍ୟାକାରୀ ଜ୍ବାଇଁକୁ ଆଜୀବନ କାରାଦଣ୍ଡ

ବାପାକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିଥିଲା ପୁଅ । ଏ ନେଇ ମର୍କତନଗର ଥାନାରେ ଏତଲା ଦିଆଯାଇଥିଲା । କୋର୍ଟ ୨୪ଟି ଡକ୍ୟୁମେଣ୍ଟ ଓ ୨୮ ଜଣ ସାକ୍ଷୀଙ୍କ ଆଧାରରେ ଏହି କାରାଦଣ୍ଡାଦେଶ ସଜା ଶୁଣେଇଛନ୍ତି । ଆଡିସନାଲ ପବ୍ଲିକ ପ୍ରୋସେକ୍ୟୁଟର ବିଶ୍ବଜିତ ବରାଳଙ୍କ ସୂଚନାନୁସାରେ ଏହି ଘଟଣା ଘଟିବା ପରେ କଟକରେ ଏକ ପ୍ରକାର ହଟଚମଟ ଖେଳିଯାଇଥିଲା । ବାପାଙ୍କୁ ଏଭଳି ଢଙ୍ଗରେ ଆକ୍ରମଣ କରିବା ପରେ ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସନ୍ତୋଷଙ୍କ ବାପା ।  ମୃତକ ହାଇକୋର୍ଟର ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.