କାହିଁକି ମା’ ତାରିଣୀଙ୍କ ପୀଠରେ ଜିଭ କାଟିଲା ଭକ୍ତ ? - man cuts tongue in Ghatagaon temple

By ETV Bharat Odisha Team

Published : Jul 17, 2024, 10:20 AM IST

Updated : Jul 17, 2024, 10:45 AM IST

thumbnail
man cuts tongue in Ghatagaon temple (ETV Bharat odisha)

man cuts tongue in Ghatagaon temple କେନ୍ଦୁଝର: ଅନ୍ଧବିଶ୍ବାସରେ ଅନ୍ଧଗଳିରେ ମଣିଷ । ଏକବିଂଶ ଶତାବ୍ଦୀରେ ମଧ୍ୟ ପୂଜାର୍ଚ୍ଚନା ଓ ଭକ୍ତି ଆଳରେ ଅନ୍ଧବିଶ୍ବାସର ଅଦ୍ଭୁତ ଓ ଅସ୍ବାଭାବିକ କାର୍ଯ୍ୟ । ମାନସିକ ପାଇଁ ମା’ ତାରିଣୀଙ୍କ ନିକଟରେ ନିଜ ଜିଭ କାଟିଲେ ଶ୍ରଦ୍ଧାଳୁ । କେନ୍ଦୁଝରର ପ୍ରସିଦ୍ଧ ମା’ ତାରିଣୀ ପୀଠରେ ଜଣେ ବୟସ୍କ ଶ୍ରଦ୍ଧାଳୁ ଏପରି ଅଭାବନୀୟ କାଣ୍ଡ ଘଟାଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭକ୍ତି ଆଳରେ ଏପରି ବିକୃତ ମାନସିକତା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଏହାମଧ୍ୟ ପଢନ୍ତୁ.. ଅନ୍ଧବିଶ୍ବାସର ଅନ୍ଧଗଳି: ଗୁଣିଆ ସନ୍ଦେହରେ ହତ୍ୟା ଧମକ, ପ୍ରଶାସନ ସହାୟତା ଲୋଡିଲା ପରିବାର

କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ପୀଠରେ ମଙ୍ଗଳବାର ସନ୍ଧ୍ୟାରେ ଆଳତି ସମୟରେ ଦର୍ଶନ ପାଇଁ ଆସିଥିବା ଜଣେ ବ୍ୟକ୍ତି ନିଜ ଜିଭ କାଟି ଦେଇଥିଲେ । ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲାର ବିଜୟ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ତାକୁ ଉଦ୍ଧାର କରି ମନ୍ଦିର କର୍ମଚାରୀମାନେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ସେ ମନ୍ଦିରକୁ ଏକା ଆସିଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟାଇଲେ ତାହା ଜଣାପଡ଼ିନାହିଁ । ଖବର ପାଇ ଘଟଗାଁ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି । ଏହି ଘଟଣା ପରେ ମନ୍ଦିର ରୀତିନୀତି ଅନୁଯାୟୀ ମନ୍ଦିର ମାର୍ଜନା ହୋଇ ପୂଜାର୍ଚ୍ଚନା କରାଯାଇଛି ।

ଇଟିଭି ଭାରତ, କେନ୍ଦୁଝର

Last Updated : Jul 17, 2024, 10:45 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.