ଏବେ ବି ଝୁରୁଛି ଦେଶ ! ମାଲକାନଗିରିରେ ରାମୋଜୀ ରାଓଙ୍କ ସ୍ମୃତି ସଭା - Tribute Paid To Ramoji Rao

By ETV Bharat Odisha Team

Published : Jun 11, 2024, 9:13 PM IST

thumbnail
Tribute Paid To Ramoji Rao (ETV Bharat Odisha)

Tribute Paid To Ramoji Rao: ମାଲକାନଗିରି: ସାମ୍ବାଦିକତା ଜଗତର ଭୀଷ୍ଣ ପିତାମହ ରାମୋଜୀ ରାଓଙ୍କ ସ୍ମୃତିସଭା ଅନୁଷ୍ଠିତ । ମାଲକାନଗିରି ସ୍ଥିତ ସର୍କିଟ ହାଉସ ଠାରେ ସାମ୍ବାଦିକତା ଜଗତର ଭୀଷ୍ଣ ପିତାମହ ବୋଲି କୁହାଯାଉଥିବା ଇଟିଭି ଓ ରାମୋଜୀ ଫିଲ୍ମସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଗତ ୮ ତାରିଖ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସାମ୍ବାଦିକତା ଜଗତର ଆଗଧାଡିର ଜଣେ ବରିଷ୍ଠ ବ୍ୟକ୍ତିତ୍ବ ଭାବେ ରାମୋଜୀ ରାଓ ପ୍ରତିଷ୍ଠିତ ହୋଇପାରିଥିଲେ । ଇଟିଭି ବିଦ୍ୟୁତିକ ଗଣମାଧ୍ୟମ କେବଳ ଓଡିଶାରେ ନୁହେଁ ବରଂ ଦେଶର ବହୁ ଭାଷାରେ ଖବର ପରିବେଷଣ କରୁଥିଲା।

ଏହା ମଧ୍ୟ ପଢ଼ନ୍ତୁ.. ପାରଳାଖେମୁଣ୍ଡି ପ୍ରେସ କ୍ଲବରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି - Tribute Paid To Ramoji Rao

ରାଜ୍ୟରେ ଯେତେ ସବୁ ଆଗଧାଡିର ସାମ୍ବିଦକ ରହିଛନ୍ତି ସମସ୍ତେ ରାମାଜୀ ରାଓଙ୍କ ପ୍ରେରଣା ଏବଂ ଆଶୀର୍ବାଦରେ ଆଜି ବଡ ବଡ ଗଣମାଧ୍ୟମରେ ଅବସ୍ଥାପିତ ହୋଇଛନ୍ତି ବୋଲି କୁହାଯାଏ। ତେବେ ଆଜିର ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝି ଯୋଗ ଦେଇ ସ୍ବର୍ଗତ ରାମାଜୀ ରାଓଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଏକ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା।ଉପସ୍ଥିତ ସମସ୍ତ ଅତିଥି ରାଓଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଦେବ ପ୍ରସାଦ ଦାସ, ବାଣିଜ୍ୟ ଅଧ୍ୟାପକ ଡଃ ରଞ୍ଜନ କୁମାର ସ୍ବାଇଁ, ସାମ୍ବାଦିକ ଦୁର୍ଯ୍ୟଧନ ପାତ୍ର, ସତ୍ୟନାରାୟଣ ପଣ୍ଡା, ପ୍ରମେନ୍ଦ୍ର ପରିଛା, ଅଶୋକ ମିଶ୍ର, ପଞ୍ଚାନନ ଦାସ, ରତ୍ନାକର ଦାସ, ଅସିମ ବିଶ୍ବାସ, ବିକ୍ରମ ପାଢୀ, ସନ୍ତୋଷ ନାୟକ, କ୍ରିଷ୍ଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.