ETV Bharat / entertainment

ବ୍ରେକଅପ ପରେ ରିଲେସନସିପ ଷ୍ଟାଟସ ସେୟାର କଲେ ମଲାଇକା

ଅର୍ଜୁନ କପୁରଙ୍କ ସହ ବ୍ରେକଅପ ପରେ ମଲାଇକା ଆରୋରା ଏବେ ତାଙ୍କ ରିଲେସନସିପ ଷ୍ଟାଟସ ପ୍ରକାଶ କରିଛନ୍ତି ।

malaika arora
malaika arora (ANI PHOTO)
author img

By ETV Bharat Entertainment Team

Published : 2 hours ago

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନୀକୁ ନେଇ ମଲାଇକା ଆରୋରା ଶିରୋନାମାରେ ରହିଛନ୍ତି । ନିକଟରେ ଅର୍ଜୁନ କପୁର ନିଜକୁ single ବୋଲି କହି ବ୍ରେକଅପ୍ ନିଶ୍ଚିତ କରିଥିଲେ । ବର୍ତ୍ତମାନ ମଲାଇକା ତାଙ୍କ ରିଲେସନସିପ ଷ୍ଟାଟସକୁ ପ୍ରକାଶ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେଉଛି।

malaika arora post
malaika arora post (instagram)

ମଲାଇକାଙ୍କ ରିଲେସନସିପ ଷ୍ଟାଟସ କ’ଣ?

ମଲାଇକା ଆରୋରା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କର ରିଲେସନସିପ ଷ୍ଟାଟସ କ’ଣ? ମଲାଇକାଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ମଲାଇକାଙ୍କ ପୋଷ୍ଟରେ ଲେଖିଛନ୍ତି, ''ମୋର ସ୍ଥିତି ବର୍ତ୍ତମାନ । ଯେଉଁଥିରେ 3ଟି ବିକଳ୍ପ ରହିଛି । ପ୍ରଥମରେ ମୁଁ ଏକ ସଂପର୍କରେ, ଦ୍ୱିତୀୟ- Single ଏବଂ ତୃତୀୟ- ହିହିହିହି । ମଲାଇକା ତୃତୀୟଟିରେ ଟିକ୍ କରିଛନ୍ତି ।

5 ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ

ସୂଚନା ଥାଉ କି, ମଲାଇକା ଏବଂ ଅର୍ଜୁନ 2018 ରୁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । ପ୍ରାରମ୍ଭରେ, ଉଭୟ ନିଜ ସମ୍ପର୍କ ବିଷୟରେ ନୀରବ ରହିଥିଲେ କିନ୍ତୁ ପରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ଯାହା ପରେ ଉଭୟଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଥିଲା । ମଲାଇକା ଆରୋରା ତାଙ୍କଠାରୁ 11 ବର୍ଷ ସାନ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ପଡିଥିଲେ । ଯାହାକୁ ନେଇ ଉଭୟ ଅନେକ ଥର ଟ୍ରୋଲ ମଧ୍ୟ ହୋଇଥିଲେ । ପରେ ଚଳିତ ଅକ୍ଟୋବର ମାସରେ ଦିୱାଲୀ ପାର୍ଟୀରେ ଅର୍ଜୁନ କପୁର ତାଙ୍କ ସମ୍ପର୍କ ବିଷୟରେ କହିଥିଲେ । ଏହି ସମୟରେ ଅର୍ଜୁନ କପୁର 'ବର୍ତ୍ତମାନ ମୁଁ ସିଙ୍ଗଲ ଅଛି । ମୁଁ ଆରାମରେ ଅଛି ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ମଲାଇକାଙ୍କ ସହ ବ୍ରେକଅପ୍ କନଫର୍ମ କଲେ ଅର୍ଜୁନ କପୁର, କହିଲେ, 'ମୁଁ ଏବେ SIngle...'

କହିରଖୁଛୁ କି, ମଲାଇକା ପୂର୍ବରୁ ଅଭିନେତା ତଥା ନିର୍ମାତା ଅରବାଜ ଖାନଙ୍କୁ ବିବାହ କରିଥିଲେ । ଏହି ଦମ୍ପତିଙ୍କର ମଧ୍ୟ ଏକ ପୁଅ ଅରହାନ ରହିଛନ୍ତି । ବିବାହର 19 ବର୍ଷ ପରେ ମଲାଇକା ଏବଂ ଅରବାଜ ଅଲଗା ହୋଇଥିଲେ । ଅରବାଜଙ୍କ ଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନଙ୍କ ପ୍ରେମରେ ପଡିଥିଲେ । ସୂଚନା ଥାଉ କି, ଅରବାଜ ମଲାଇକାଙ୍କ ସହ ଛାଡପତ୍ର ପରେ ଶୌରା ଖାନଙ୍କୁ ଚଳିତ ବର୍ଷ ବିବାହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.