ETV Bharat / technology

ମହାକାଶ ଯିବ ଫଳ ମାଛି; ଦେଶର ପ୍ରଥମ ମାନବ ମିଶନ 'ଗଗନ ଯାନ'ରେ ହେବ ସାମିଲ - FRUIT FLIES IN SPACE

ଇସ୍ରୋର ଗଗନ ଯାନ ମିଶନରେ ଏକ ଅଂଶ ପାଲଟିବ ଫ୍ରୁଟ ଫ୍ଲାଏ ବା ଫଳ ମାଛି । ତେବେ କାହିଁକି ଏହି ମାଛିକୁ ମହାକାଶ ପଠାଯିବ ଜାଣନ୍ତୁ...

FRUIT FLIES IN SPACE
FRUIT FLIES IN SPACE (ETV Bharat)
author img

By ETV Bharat Tech Team

Published : Nov 25, 2024, 1:08 PM IST

ହାଇଦ୍ରାବାଦ: ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ'ରେ ଏକ ଅଂଶ ପାଲଟିବ ଫ୍ରୁଟ ଫ୍ଲାଏ ବା ଫଳ ମାଛି । ଏହାକୁ ଗଗନ ଯାନ ମିଶନରେ ଜୈବିକ ପରୀକ୍ଷଣ ଏହି ମାଛିକୁ ପଠାଯିବ । ଅନେକ ଜୀବଙ୍କୁ ପରୀକ୍ଷଣ ପରେ କର୍ଣ୍ଣାଟକ ଧାରୱାଦ ସ୍ଥିତ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟ (UAS) ଏବଂ କେରଳ ତ୍ରିବାନ୍ଦ୍ରମ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (IIST) ଫଳ ମାଛିକୁ ପଠାଇବାକୁ ନିଷ୍ପତ୍ତି ନେଇଛି ।

କାହିଁକି ମହାକାଶ ଯିବ ଫଳ ମାଛି ?

ମହାକାଶରେ ଡିହାଇଡ୍ରେଟେଡ୍ ଖାଦ୍ୟ ଖାଇବା, ପରିସ୍ରା ପରିମାଣ ହ୍ରାସ ସହିତ ଅମ୍ଳୀୟ ପରିସ୍ରା, ଅଧିକ କ୍ୟାଲସିୟମ ନିର୍ଗତ ଯୋଗୁଁ ହାଡ ଦୁର୍ବଳ ହେବା ଫଳରେ ମହାକାଶଚାରୀମାନେ ଅଧିକ ଅସୁରକ୍ଷିତ ହୋଇଯାଆନ୍ତି । ଏହାସହିତ ସେମାନଙ୍କ କିଡନୀରେ ଷ୍ଟୋନ ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ମହାକାଶରେ କିଡନୀ ଷ୍ଟୋନ ଗଠନର ମଲିକ୍ୟୁଲାର ମେକାନିଜମ ବୁଝିବାର ଆବଶ୍ୟକତା ଅଛି ଏବଂ କିଡନୀ ଷ୍ଟୋନର ବିପଦକୁ ହ୍ରାସ କରିବା ପାଇଁ ଉନ୍ନତ ଚିକିତ୍ସା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ଗବେଷଣା ପାଇଁ ଫଳ ମାଛିକୁ ମହାକାଶ ପଠାୟିବ ।

ଆହୁରି ସରଳ ଭାଷାରେ କହିଲେ, ମହାକାଶରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଯାଏ । ଏହାପରେ ଶରୀରରୁ କ୍ୟାଲସିୟମ ନିର୍ଗତ ହୋଇଥାଏ । ଯାହାକି ପରବର୍ତ୍ତୀ ସମୟରେ କିଡନୀରେ ଏକଜୁଟ ହୋଇ ଷ୍ଟୋନ ତିଆରି କରନ୍ତି । ଏଥିଲାଗି ମହାକାଶଚାରୀଙ୍କ ଶରୀରରେ କିଡନୀ ଷ୍ଟୋନ ହେବାର ଅଧିକ ଆଶଙ୍କା ରହିଥାଏ । ହେଲେ ପୃଥିବୀ ଓ ମହାକାଶରେ କିଡନୀ ଷ୍ଟୋନ ଗଠନ କିପରି ପରସ୍ପରରୁ ଭିନ୍ନ, ସେ ସମ୍ପର୍କରେ ଜାଣିବା ଲାଗି ଏହି ଅଧ୍ୟୟନ କରାଯାଉଛି ।

ଏହା ବି ପଢନ୍ତୁ
  1. ମିଶନ ଗଗନ ଯାନ; ବେଶ ଯତ୍ନଶୀଳ ଇସ୍ରୋ; ଆଉ ଏକ ବୋଇଙ୍ଗ ଅଘଟଣ ଚାହୁଁନାହୁଁ କହିଲେ ସୋମନାଥ
  2. Gaganyaan Mission: ସଫଳ ହେଲା CE-20 କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ

ଫଳ ମାଛି ହିଁ କଣ ପାଇଁ ?

ଏହି ଗବେଷଣା ଲାଗି କାହିଁକି ଫଳ ମାଛିକୁ ଚୟନ କରାଗଲା ସେ ପ୍ରଶ୍ନର ଉତ୍ତର ରବିକୁମାର ହୋସାମନି କହିଛନ୍ତି ଯେ ମଣିଷ ସହିତ ଫଳ ମାଛିର ଶାରୀରିକ ଗଠନ ପ୍ରଣାଳୀ ସମାନ । ଶୂନ୍ୟ ମାଧ୍ୟାକର୍ଷଣରେ ଏହି ମାଛିମାନଙ୍କ ଶରୀରରେ ଘଟୁଥିବା ପରିବର୍ତ୍ତନ ଭବିଷ୍ୟତରେ ମାନବ ସ୍ପେସ୍ ମିଶନ ପାଇଁ ମୂଲ୍ୟବାନ ଜ୍ଞାନ ପ୍ରଦାନ କରିବ ବୋଲି ସେ କହିଛନ୍ତି । ମାନବ ରୋଗ ସହିତ ଜଡିତ 77% ଜିନ୍ ହୋମୋଲୋଜି, ଏକ ସ୍ବଳ୍ପ ଜୀବନଚକ୍ର ଏବଂ ସ୍ବଳ୍ପ ମୂଲ୍ୟରେ ଏହି ଫଳ ମାଛି (ବୈଜ୍ଞାନିକ ନାମ-ଡ୍ରୋସୋଫିଲା ମେଲାନୋଗାଷ୍ଟର୍) ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବ ।

ଖର୍ଚ୍ଚ ହେବ 78ଲକ୍ଷ ଟଙ୍କା:-

ମହାକାଶଚାରୀଙ୍କ କିଡନୀ ଜନିତ ସ୍ବାସ୍ଥ୍ୟକୁ ସୁରକ୍ଷା ଦେବା ଲାଗି ଆରମ୍ଭ ହୋଇଥିବା ଏହି ରିସର୍ଚ୍ଚ ପ୍ରୋଜେକ୍ଟ ତ୍ରିବାନ୍ଦ୍ରମ IIST ଓ ଧାରୱାଦ UAS ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ପ୍ରୋଜେକ୍ଟ ଲାଗି IIST ଏକ 20 ଫଳ ମାଛି ବିଶିଷ୍ଟ (ସମାନ ସଂଖ୍ୟାରେ ଅଛନ୍ତି ମାଈ ଓ ଅଣ୍ଡିରା ମାଛି) କିଟ୍‌ ତିଆରି କରିଛି । ଏହି କିଟ୍‌ ପାଇଁ ପ୍ରାୟ 1ବର୍ଷ ସମୟ ଲାଗିଛି । ଏହି ପ୍ରକଳ୍ପ ଲାଗି ଇସ୍ରୋ ସହାୟତାରେ ପ୍ରାୟ 78ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।

ଗଗନ ଯାନ ମିଶନ କଣ ?

ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ସ୍ବପ୍ନର ପ୍ରୋଜେକ୍ଟ ଭାବେ ଜଣାଶୁଣା 'ଗଗନ ଯାନ ମିଶନ' । ଏହା ଭାରତର ଅନ୍ତରୀକ୍ଷ ଯାନ ଅଟେ । ମାନବଙ୍କ ଅନ୍ତରୀକ୍ଷ ଅନ୍ବେଷଣର ପରିକଳ୍ପନା କରାଯାଇ ଏହି ମିଶନର ଶୁଭାରମ୍ଭ କରାଯାଇଥିଲା । ସମସ୍ତ ସ୍ବଦେଶୀ ଜ୍ଞାନ କୌଶଳର ବ୍ୟବହାର କରାଯାଇ ନିର୍ମିତ ଯାନ ହେଉଛି ଗଗନ ଯାନ । ଗଗନ ଯାନ ସମ୍ବନ୍ଧିତ କାର୍ଯ୍ୟ ସର୍ବପ୍ରଥମେ 2006ରେ ଆରମ୍ଭ କରାଯାଇଥିଲା । ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଏହି ମିଶନକୁ ଲଞ୍ଚ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.