ଦର୍ଶନ କରନ୍ତୁ ପ୍ରଭୁ ପତିତପାବନ ଦିବ୍ୟ ମଙ୍ଗଳ ଆଳତି, ମଙ୍ଗଳମୟ ହେବ ଦିନ - Lord Jagannath Mangala Alati niti

By ETV Bharat Odisha Team

Published : Jul 27, 2024, 6:59 AM IST

thumbnail
Lord Jagannath Mangala Alati niti (ETV Bharat Odisha)

Lord Jagannath Mangala Alati Ritual: ପୁରୀ: ଜୟ ଜଗନ୍ନାଥଃ ସ୍ବାମୀ ନୟମପଥଗାମୀ ଭବତୁ ମେ । ବିଶ୍ୱବ୍ରହ୍ମାଣ୍ଡର ଠାକୁର ମହାପ୍ରଭୁ ଜଗନ୍ନାଥ । ରଥଯାତ୍ରା ଶେଷ ହେବା ପରେ ପ୍ରତିଦିନ ସକାଳୁ ଭକ୍ତଙ୍କ ଗହଳି ଚହଳିରେ ଫାଟି ପଡୁଛି ଶ୍ରୀମନ୍ଦିର । ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ଦର୍ଶନ କରୁଛନ୍ତି ଭକ୍ତ । ପ୍ରତିଦିନ ପରି ଆଜି ମଧ୍ୟ ଶ୍ରୀମନ୍ଦିରରେ ପତିତପାବନଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହୋଇଛି । ବ୍ରାହ୍ମ ମୁହୂର୍ତ୍ତରେ ସେବାୟତଙ୍କ ଦ୍ୱାରା ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି କରାଯାଇଛି । ଘଣ୍ଟ ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଶ୍ରୀମନ୍ଦିର ପରିସର । ପତିତପାବନଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଶ୍ବାସ ରହିଛି ପ୍ରଭୁ ପତିତପାବନଙ୍କ ଏହି ଦିବ୍ୟ ମଙ୍ଗଳ ଆଳତି ଦର୍ଶନ କଲେ ପାପ କ୍ଷୟ ହୋଇଥାଏ ଓ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମନ୍ଦିରରେ ପ୍ରଚଳିତ ନୀତିମାନଙ୍କ ମଧ୍ୟରୁ ଦ୍ୱାରଫିଟା ନୀତି ପରେ ମଙ୍ଗଳ ଆଳତି ନୀତି ସମ୍ପନ୍ନ ହୋଇଥାଏ । ବ୍ରାହ୍ମ ମୁହୂର୍ତ୍ତରେ ପ୍ରଭୁ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ମଙ୍ଗଳ ଆଳତି ନୀତି କରାଯାଏ । 

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.