ଆରମ୍ଭ ହେଲା ଆଡପ ପହଣ୍ଡି: ଜନ୍ମବେଦୀକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଦେଖନ୍ତୁ LIVE... - Adapa Pahandi Bije LIVE

By ETV Bharat Odisha Team

Published : Jul 9, 2024, 5:27 PM IST

Updated : Jul 9, 2024, 10:58 PM IST

thumbnail
ପୁରୀ: ଆରମ୍ଭ ହେଲା ଆଡପ ପହଣ୍ଡି । ଗୋଟି ପହଣ୍ଡିରେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗତକାଲି ଅପରାହ୍ନରେ ତିନି ରଥ ଶରଧାବାଲିରେ ଲାଗିବା ପରେ ଶ୍ରୀବଗ୍ରହମାନେ ରଥ ଉପରେ ରହିଥିଲେ । ଆଜି ସକାଳୁ ରଥ ଉପରେ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନରେ ଆଡପ ପହଣ୍ଡି ଆରମ୍ଭ ହୋଇଛି । ଶ୍ରୀବିଗ୍ରହମାନେ ଆଡପ ମଣ୍ଡପରେ ବିଜେ କରିବା ପରେ 10 ତାରିଖରୁ ଆଡପ ଅବଢା ଲାଗି ହେବ । ସ୍ନାନପୂର୍ଣ୍ଣିମା ପରେ ଦର୍ଶନରୁ ବଞ୍ଚିତ ରହିଥିବା ଶ୍ରଦ୍ଧାଳୁମାନେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ । ଏହାକୁ ଆଡପ ଦର୍ଶନ କୁହାଯାଏ । ବିଶ୍ବାସ ଅନୁସାରେ, ରତ୍ନବେଦୀରେ ଶ୍ରୀଜିଉଙ୍କୁ ବର୍ଷ ସାରା ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ, ଥରେ ଆଡପ ଦର୍ଶନରେ ମଧ୍ୟ ସମାନ ପୂଣ୍ୟ ମିଳିଥାଏ । ଆଡପ ଦର୍ଶନ ପାଇଁ ପୁରୀ ପ୍ରଶାସନ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ବ୍ୟବସ୍ଥା ଗ୍ରହଣ କରିବାକୁ ଯାଉଛନ୍ତି । ଏହାପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅନେକ ନୀତିକାନ୍ତି ରହିଛି । ହେରାପଞ୍ଚମୀରେ ମା’ ଲକ୍ଷ୍ନୀ ବିଜେ କରି ରଥ ଭାଙ୍ଗିବେ । ଏହା ପରେ ରଥ ଦକ୍ଷିଣମୋଡ କରିବାକୁ ଆଜ୍ଞାମାଳ ପଠାଇବେ ମହାପ୍ରଭୁ । ଏହିଠାରୁ ଆରମ୍ଭ ହେବ ପ୍ରସ୍ଥାନ ପର୍ବ ବାହୁଡା ଯାତ୍ରା । ପରେ ଅଧରପଣା, ସୁନାବେଶ ଓ ଅନ୍ତିମ ପର୍ବ ନୀଳାଦ୍ରୀବିଜେ ସହ ଶେଷ ହେବ ବିଶ୍ବନିୟନ୍ତାଙ୍କ ନବଦିନାତ୍ମକ ମାନବୀୟ ଲୀଳା । 
Last Updated : Jul 9, 2024, 10:58 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.