‘ପାଣି ସମସ୍ୟାର ସମାଧାନ ହେଲାନି, ଆମେ ଏଥର ଭୋଟ ଦେବୁନି’ - boycott voting
🎬 Watch Now: Feature Video
Published : May 20, 2024, 2:35 PM IST
ବ୍ରହ୍ମପୁର: ଦେଶରେ ପଞ୍ଚମ ପର୍ଯ୍ୟାୟ ସହ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । 5 ଲୋକସଭା ଓ 35 ବିଧାନସଭା ଆସନରେ ଆଜି ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ସାଧାରଣ ଭୋଟର, ବିଭିନ୍ନ ଦଳର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ସେମାନଙ୍କ ନିଜ ବୁଥରେ ଭୋଟ ଦେଉଛନ୍ତି । ସାଧାରଣ ଜନତାଙ୍କ ମତଦାନ ହାର ବଢାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ମାତ୍ର ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଗୁଡିଆପଲ୍ଲୀ ଗ୍ରାମ ଗ୍ରାମବାସୀ ଏଥର ଭୋଟବର୍ଜନ କରିଛନ୍ତି । ଏହାର କାରଣ ହେଉଛି, ସେମାନଙ୍କ ଗ୍ରାମରେ ଥିବା ଜଳ ସମସ୍ୟା । ବିଭିନ୍ନ ସମୟରେ ପ୍ରତିଶ୍ରୁତି ମିଳୁଥିବା ସତ୍ତ୍ବେ ମଧ୍ୟ ସମସ୍ୟାର ସମାଧାନ ହେଉନି । ମତଦାନ କେନ୍ଦ୍ର ବାହାରେ ଗରା,ବାଲଟି ରଖି ପ୍ରତିକାତ୍ମକ ଭାବେ ଜଳ ସମସ୍ୟା ନେଇ ପ୍ରତିବାଦ କରିଛନ୍ତି ଗ୍ରାମର ମହିଳା ଭୋଟର । ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଛି ‘ଇଟିଭି ଭାରତ’ ଟିମ । ଶୁଣନ୍ତୁ ଭୋଟ ବର୍ଜନ ସମ୍ପର୍କରେ କ’ଣ କହୁଛନ୍ତି ସେମାନେ ।