thumbnail

By ETV Bharat Odisha Team

Published : Jun 7, 2024, 9:58 AM IST

ETV Bharat / Videos

ବିଜେପିକୁ ଜିତାଇଥିବାରୁ ଅନର୍ଗଳ ସଂସ୍କୃତ କହି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରତାପ ଷଡଙ୍ଗୀ - Pratap Sarangi

ଭୁବନେଶ୍ବର: ଓଡ଼ିଶା ବିଧାନସଭା ନିର୍ବାଚନରେ ବୃହତ୍ ବିଜୟ ପାଇଛି ବିଜେପି । ଏହାରି ସହିତ ଦଳ ରାଜ୍ୟରେ ପ୍ରଥମ ଥର ସରକାର କରିବାକୁ ଯାଉଛି। ବିଜେପି ପ୍ରତି ରାଜ୍ୟବାସୀଙ୍କ ଏପରି ଅକୁଣ୍ଠ ଭଲପାଇବା ଓ ସମର୍ଥନ ପାଇଁ ସଂସ୍କୃତରେ ଧନ୍ୟବାଦ ଜଣାଇଛନ୍ତି ବିଜେପିର ନବନିର୍ବାଚିତ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଏହାର ଭିଡିଓ ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି  । ଭିଡିଓରେ ପ୍ରତାପ ଅନର୍ଗଳ ସଂସ୍କୃତ କହୁଥିବା ଶୁଣିବାକୁ ମିଳୁଛି  । ସେ କହିଛନ୍ତି ଯେ, ଆମ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଏହା ଐତିହାସିକ ବିଜୟ  ।  ବିଜେପିକୁ ଜିତାଇବାକୁ ସ୍ବଂୟ ଜନତା ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିଲେ । ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାଜୟ ଅତ୍ୟନ୍ତ ରୋଚକ ବିଷୟ । ଓଡ଼ିଶାରେ ମହାପ୍ରଭୁଙ୍କ ଅପମାନ, ସତ୍ୟର କଣ୍ଠରୋଧକାରୀ, ଓଡ଼ିଆ ଅସ୍ମିତା ଅବମାନନାକାରୀ ନବୀନ ସରକାରର ପରାଜୟ ହୋଇଛି  । ଏହା ସମସ୍ତଙ୍କ ପାଇଁ ଆନନ୍ଦ ବିଷୟ । ଏଥିପାଇଁ ହୃଦୟରୁ ମୁଁ ସାରା ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.