thumbnail

ପୁଣି ପଦ୍ମ ଧରିଲେ ସ୍ୱାଧୀନ ବିଧାୟକ ହିମାଂଶୁ - himanshu joined bjp

By ETV Bharat Odisha Team

Published : Jun 5, 2024, 10:50 PM IST

HIMANSHU JOINED BJP: ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବାଧୀନ ବିଧାୟକ ହିମାଂଶୁ ସାହୁ । ବିଜେପିରେ ସାମିଲ ହେଲେ ଧର୍ମଶାଳାରୁ ସ୍ୱାଧୀନ ଭାବେ ଜିତିଥିବା ହିମାଂଶୁ ସାହୁ । ଗତକାଲି ସେ ବିଜୟୀ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଥିଲେ । ନିର୍ବାଚନ କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ । ତାଙ୍କୁ ଟିକଟ ନମିଳିବାରୁ ସ୍ୱାଧୀନ ଭାବେ ଲଢ଼ିଥିଲେ । ତେଣୁ ଦଳ ତାଙ୍କୁ ନିଲମ୍ବନ କରିଥିଲା । ତେବେ ସ୍ୱାଧୀନ ଭାବେ ଲଢ଼ି ବିଜେଡିର ହେଭିୱେଟ ପ୍ରଣବ ବଳବନ୍ତରାୟଙ୍କୁ 4150 ଖଣ୍ଡ ଭୋଟରେ ହରେଇଛନ୍ତି ହିମାଂଶୁ । ଆଗକୁ ଦଳ ଭିତରେ ରହି ସେ କାମ କରିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....କିଏ ହେବ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ: ରେସ୍‌ରେ ଚର୍ଚ୍ଚିତ ଚେହେରା, ଜାଣନ୍ତୁ ସିଲେକ୍ସନ ଫର୍ମୁଲା - New Chief Minister Of Odisha


ଇଟିଭି ଭାରତ, ଭୁବନେଶ୍ବର   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.