ବିଜୟ ପରେ ବୈଜୟନ୍ତଙ୍କ ବିଶାଳ ରୋଡ ସୋ, ବଳଦେବଜୀଉଙ୍କୁ କଲେ ଦର୍ଶନ - BAIJAYANT PANDA HOLDS ROADSHOW

By ETV Bharat Odisha Team

Published : Jun 6, 2024, 1:00 PM IST

thumbnail
BAIJAYANT PANDA (ETV BHARAT ODISHA)

କେନ୍ଦ୍ରାପଡା: ଲୋକସଭା ନିର୍ବାଚନରେ କେନ୍ଦ୍ରାପଡା ଆସନରୁ ବିଜୟୀ ହେବା ପରେ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କ ବିରାଟ ରୋଡ ସୋ । ରାଲିରେ ଆସି ବଳଦେବଜୀଉଙ୍କ ଆଶୀର୍ବାଦ ନେଇଛନ୍ତି ବୈଜୟନ୍ତ । ଗତକାଲି ଅପରାହ୍ନରେ ବୈଜୟନ୍ତ ପଣ୍ଡା ଦୁହୁରିଆ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବା ମାତ୍ରେ ଦଳର ହଜାର ହଜାର କର୍ମୀ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଏକ ବିରାଟ ପଟୁଆର ଓ ବାଇକ ଶୋଭାଯାତ୍ରାରେ କେନ୍ଦ୍ରାପଡା ଜିଲ୍ଲାର ଇଚ୍ଛାପୁର ସ୍ଥିତ ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରିଥିଲେ ବୈଜୟନ୍ତ। ଦର୍ଶନ ପରେ ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାର୍ଯ୍ୟ ହୁଏନାହିଁ ତେଣୁ ମହାପ୍ରଭୁଙ୍କ ଆଶୀର୍ବାଦରେ କେନ୍ଦ୍ରାପଡା ଆସନରେ ପଦ୍ମ ଫୁଟିଲା ବୋଲି କହିଥିଲେ ସେ । ବୈଜୟନ୍ତ କହିଛନ୍ତି, ''ରାଜ୍ୟରେ ଏକ ଦୁର୍ନୀତିଗ୍ରସ୍ତ ସରକାରକୁ ଓଡ଼ିଶାର ଲୋକେ ବଦଳାଇ ମୋଦିଜୀଙ୍କ ବିକାଶରେ ଡବଲ ଇଞ୍ଜିନ ସରକାର ଗଢିଛନ୍ତି,  ବଳଦେବଜୀଉଙ୍କ ଯୋଗୁଁ କେନ୍ଦ୍ରାପଡାରେ ପରିବର୍ତ୍ତନ ହେଲା, ଜଗନ୍ନାଥଙ୍କ ଯୋଗୁଁ ଓଡିଶାରେ ପରିବର୍ତ୍ତନ ହେଲା । ଆସନ୍ତୁ ମୋଦିଙ୍କ ନତୃତ୍ବରେ ଆସନ୍ତୁ ନୂଆ ଭାରତ ଗଠନ କରିବା ।'' ସେହିପରି ପାରାଦ୍ୱୀପ-ଧାମରା ଭଳି ଦୁଇଟି ପୋର୍ଟଜିଲ୍ଲାର ଦୁଇ ପାର୍ଶ୍ଵରେ ରହିଥିବାରୁ ଏହାର ମୂଲ୍ୟ ବୃଦ୍ଧି ହୋଇଛି ଏବଂ ରେଳ ରେଳପଥ ପରେ ଏବେ ଶିଳ୍ପର ସମ୍ଭାର ଜିଲ୍ଲାରେ ସୃଷ୍ଟି ହେବ ବୋଲି କହିଛନ୍ତି ବୈଜୟନ୍ତ। ଦର୍ଶନ ପରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଲୋକସଭା ରିଟର୍ଣ୍ଣିଂ ଅଫିସର ତଥା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଠାରୁ ବିଜୟୀ ସାର୍ଟିଫିକେଟ ଗ୍ରହଣ କରିଥିଲେ ବୈଜୟନ୍ତ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.