ଭୋଟ ଦେଉଛି ବ୍ରହ୍ମପୁର, ପ୍ରଥମ ଥର ପାଇଁ ଭୋଟ ଦେଇ ଉତ୍ସାହିତ ଯୁବବର୍ଗ - Youths Casting Vote In Berhampur - YOUTHS CASTING VOTE IN BERHAMPUR

🎬 Watch Now: Feature Video

thumbnail

By ETV Bharat Odisha Team

Published : May 13, 2024, 3:10 PM IST

Youths Casting Vote First Time: ବ୍ରହ୍ମପୁର: ଆଜି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ୪ ଲୋକସଭା ଆସନ ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ଆସନରେ ଚାଲିଛି ମତଦାନ । ଓଡ଼ିଶାର ୪ଟି ଲୋକସଭା ଆସନରୁ ୩୭ଜଣ ପ୍ରାର୍ଥୀ ଆଜି ପରୀକ୍ଷା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଲୋକସଭା ଆସନ ପାଇଁ ସାଂସଦ ପ୍ରାର୍ଥୀ ଭାବେ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ, ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଏବଂ କଂଗ୍ରେସ ପ୍ରାର୍ଥୀ ଭାବେ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ଜାରି ରହିଛି । ବ୍ରହ୍ମପୁର ସହରରେ ନେତା, ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏଥିରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ସେହିପରି ବ୍ରହ୍ମପୁରରେ ଭୋଟଦାନ କରିଛନ୍ତି ନୂଆ ଭୋଟର । ଭୋଟ ଦେବା ସମସ୍ତଙ୍କ ଅଧିକାର ରହିଛି । ଏହାକୁ ପାଥେୟ କରି ଆଜି ଅନେକ ଯୁବବର୍ଗ ନିଜର ମତ ସାବ୍ୟସ୍ତ କରିଛନ୍ତି । ତେବେ ପ୍ରଥମ ଥର ମତଦାନ କରି ସେମାନେ ବେଶ ଉତ୍ସାହିତ ରହିଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ମତଦାନ କରିବାକୁ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କିଏ ଦଖଲ କରିବ ବ୍ରହ୍ମପୁର, ମୋଦିଙ୍କ ଅବକି ବାର ୪୦୦ ପାର୍ ନା 5ଟି ନବୀନ ଗ୍ୟାରେଣ୍ଟି

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.