ଭୋଟିଂ ମଧ୍ୟରେ ସମଲେଶ୍ୱରୀଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର, ଲାଇନରେ ଆସି ଭୋଟ ଦେଲେ ରୋହିତ - Lok Sabha Election 2024 - LOK SABHA ELECTION 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : May 25, 2024, 3:25 PM IST

ସମ୍ବଲପୁର: ତୃତୀୟ ପର୍ଯ୍ୟାୟରେ ଆଜି ସମ୍ବଲପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନସ୍ଥ ବିଧାନସଭା ଆସନ ଗୁଡିକରେ ମତଦାନ ଜାରି ରହିଛି  । ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଏହି ଅବସରରେ ଧର୍ମେନ୍ଦ୍ର ନିଜର ପତ୍ନୀ ମୃଦୁଲା ଠାକୁରଙ୍କ ସହ ସମ୍ବଲପୁର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମା'ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାପରେ ସେ କେତେକ ମତଦାନ କେନ୍ଦ୍ର ବୁଲି ଦେଖିଥିଲେ l ଅନ୍ୟପଟେ ବିଜେଡିର ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ସାକ୍ଷୀପଡା ସ୍ଥିତ ବୁକ୍ସ ହିଲ ସ୍କୁଲରେ ଥିବା ମତଦାନ କେନ୍ଦ୍ର ଠାରେ ନିଜ ପତ୍ନୀଙ୍କ ସହ ମତଦାନ କରିଛନ୍ତି l ସାଧାରଣ ମତଦାତା ପରି ରୋହିତ ଧାଡିରେ ଛିଡା ହୋଇ ମତଦାନ କରିବାକୁ ଯାଇଥିବାବେଳେ ଲୋକମାନଙ୍କୁ ଉତ୍ସାହର ସହ ଆସି ନିଜର ବହୁମୂଲ୍ୟ ମତସାବ୍ୟସ୍ତ କରିବାକୁ ଅପିଲ୍ କରିଥିଲେ  ।
 

ଏହା ମଧ୍ୟ ପଢନ୍ତୁ: ଭୁବନେଶ୍ବର ବୁଥ ଆଗରେ ଲମ୍ବା ଲାଇନ, ଭୋଟ ଦେଲେ ପ୍ରଶାସନିକ ଅଧିକାରୀ - OFFICIALS CAST VOTE

ନିର୍ବାଚନ ପାଇଁ ସମ୍ବଲପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । CRPF ଡିଆଇଜି ସଞ୍ଜୟ କୁମାର ସିଂ, ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସପି ମୁକେଶ ଭାମୁ ବିଭିନ୍ନ ସମ୍ବେଦନଶୀଳ ବୁଥ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି  l ଆଜି ଦିନ 11ଟା ସୁଦ୍ଧା ସମ୍ବଲପୁର ବିଧାନସଭା ଆସନରେ 18.30%, କୁଚିଣ୍ଡାରେ 29%, ରେଢ଼ାଖୋଲରେ 20.70%, ରେଙ୍ଗାଲିରେ 21.38, ଦେବଗଡ଼ରେ 24%, ଛେଣ୍ଡିପଦା 20.30%, ଆଠମଲ୍ଲିକରେ 18.60% ମତଦାନ ହୋଇଛି l

 

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.