ଭୋଟ ଦେଉଛି ଓଡିଶା, ସୁବର୍ଣ୍ଣପୁରର ଶାନ୍ତିଶୃଙ୍ଖଳାର ସହ ମତଦାନ ଜାରି - voting in Sonepur - VOTING IN SONEPUR
🎬 Watch Now: Feature Video
Published : May 20, 2024, 11:43 AM IST
ସୁବର୍ଣ୍ଣପୁର: ଆଜି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହିକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଭୋଟ ଗ୍ରହଣ ହେଉଛି । ଜିଲ୍ଲାର ସଦର ସୋନପୁର ଓ ବୀରମହରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ଦୁଇ ବିଧାନସଭା ଅଞ୍ଚଳରେ ମତଦାନ ଜାରି ରହିଛି । ମତଦାତାମାନେ ବେଶ ଉତ୍ସାହର ସହିତ ମତଦାନ କେନ୍ଦ୍ରକୁ ଆସି ନିଜ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ।
ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥିପାଇଁ ୩୧୯ଟି ମତଦାନ କେନ୍ଦ୍ର କରାଯାଇଥିବାବେଳେ ସେଥି ମଧ୍ୟରେ ୮ଟି ‘ସଖୀ ବୁଥ’ ରହିଛି । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେବେ । ଏଥିପାଇଁ ୨୬୭ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ୫ଟି ‘ସଖୀ ବୁଥ’ କରାଯାଇଛି । ଜିଲ୍ଲାରେ ସମୁଦାୟ ୫୮୬ ବୁଥ ରହିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଖରା ହେଉଥିବାରୁ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ପାନୀୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ ୯୦ ଟି ସମ୍ବେଦନଶୀଳ ଓ ୩୦ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଯାଏଁ କୌଣସି ଅପ୍ରୀତିକର ଘଟଣା ନଜରକୁ ଆସି ନ ଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଜାରି ରହିଛି । ମତଦାନ କେନ୍ଦ୍ରରେ ଭୋଟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସ୍ଥାନୀୟ ପ୍ରତିନିଧି ତୀର୍ଥବାସୀ ପଣ୍ଡା ।
ଇଟିଭି ଭାରତ, ସୁବର୍ଣ୍ଣପୁର