ଜୁନ 4ରେ ଜନାଦେଶ, ବୌଦ୍ଧ ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି - Preparation for Election Counting

By ETV Bharat Odisha Team

Published : May 31, 2024, 4:31 PM IST

thumbnail
Preparation for Election Counting (ETV Bharat Odisha)

Preparation for Election Counting: ବୌଦ୍ଧ: ଆସନ୍ତା ଚାରି ତାରିଖରେ ହେବାକୁ ଯାଉଛି ଭୋଟ ଗଣତି । ଗଣତି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ଜିଲ୍ଲାର ଉଭୟ ବିଧାନସଭା ଆସନ ପାଇଁ ପୃଥକ ଭାବରେ ଚାରି ଗୋଟି କକ୍ଷରେ ଭୋଟ ଗଣତି ହେବା ପାଇଁ ପ୍ରସ୍ତୁତ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ଭାବରେ ପ୍ରସ୍ତୁତି କରାଯାଇଛି ସେ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.. ବାଲେଶ୍ବରରେ ରାତି ପାହିଲେ ନିର୍ବାଚନ, ବୁଥ ଅଭିମୁଖେ ପୋଲିଂ କର୍ମଚାରୀ - Odisha Election

ଆସନ୍ତା ଚାରି ତାରିଖ ଦିନ ଘୋଷଣା ହେବ ନିର୍ବାଚନର ଫଳାଫଳ । କଡା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଗଣତି ଦିନ ସକାଳ ଆଠଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ କାଉଣ୍ଟିଂ ଆରମ୍ଭ ହେବ । ପରେ ସାଢେ ଆଠଟାରୁ ଇଭିଏମ ମେସିନ କାଉଣ୍ଟିଂ ଆରମ୍ଭ ହେବ । ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ୧୯୬ ଗୋଟି ବୁଥ ପାଇଁ ୧୨ଗୋଟି ରାଉଣ୍ଡରେ ୧୭ଟି ଟେବୁଲ୍ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨୧୭ ବୁଥ ପାଇଁ ୧୪ଟି ରାଉଣ୍ଡରେ ୧୭ ଗୋଟି ଟେବୁଲରେ ପୃଥକ ଚାରିଗୋଟି କକ୍ଷରେ ଇଭିଏମ ମେସିନର ଗଣତି ହେବ ବୋଲି ସୂଚନା ମିଳିଛି । 

ଏଥିପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ଅଞ୍ଚଳରୁ ସୁରକ୍ଷା ଦୃଷ୍ଟିରୁ ସିଲ ରଖାଯାଇ ଚବିଶ ଘଣ୍ଟା କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ଭୋଟ ଗଣନା ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ଗତ କୋଡ଼ିଏ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।  

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.