ଜଗତସିଂହପୁରରେ ଅବାଧ,ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତୁତ: ଏସପି - police flag march in Jagatsinghpur - POLICE FLAG MARCH IN JAGATSINGHPUR

🎬 Watch Now: Feature Video

thumbnail

By ETV Bharat Odisha Team

Published : May 20, 2024, 7:12 AM IST

POLICE FLAG MARCH:ଜଗତସିଂହପୁର: ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଜୁନ 1 ତାରିଖରେ ଜଗତସିଂହପୁର ଜିଲ୍ଲାରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନକୁ କିଭଳି ଶାନ୍ତି ଓ ଶୃଙ୍ଖଳାର ସହିତ ପରିଚାଳନା କରାଯିବ ସେନେଇ ଜଗତସିଂହପୁର ଏସପି ରାହୁଲ ପି ଆର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଅନ୍ୟଜିଲ୍ଲାର 6ଟି ବୋର୍ଡରରେ ପୋଲିସ ପକ୍ଷରୁ ବିଭିନ୍ନ ଗାଡିରୁ ତନଖି କରାଯାଉଛି । ସେହିପରି ସ୍ପେଶାଲ ସ୍ବାର୍ଡ଼ ଗଠନ କରାଯାଇ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଆଜି ଜଗତସିଂହପୁର ସହରରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ....କୋରାପୁଟରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଫ୍ଲାଗ ମାର୍ଚ୍ଚ - Flag March

ସେପଟେ ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗ ରୁମ କରାଯିବା ସହିତ ଇଭିଏମ ଗୁଡିକ ରଖା ଯାଇଥିବାରୁ ସେଠାରେ ଦିନ ରାତି ପୋଲିସ କଡ଼ା ସୁରକ୍ଷା ଦେଉଛି । ଜଗତସିଂହପୁର ଏସପି ରାହୁଲ ପି ଆର କହିଛନ୍ତି ଯେ, ଜିଲ୍ଲାରେ ନିର୍ବାଚନର ସୁପରିଚାଳନା ପାଇଁ 15 କମ୍ପାନୀ ସେକ୍ଟର ଯବାନଙ୍କୁ ନିୟୋଜିତ କରାଯିବ । ସେହିଭଳି 25 ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ଜଗତସିଂହପୁରରେ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ  ଆମେ ପ୍ରସ୍ତୁତ ।ଉତ୍ତେଜନା ପ୍ରବଣ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । 


ଇଟିଭି ଭାରତ ,ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.