thumbnail

By ETV Bharat Odisha Team

Published : May 31, 2024, 1:01 PM IST

Updated : May 31, 2024, 1:29 PM IST

ETV Bharat / Videos

ରାଜ୍ୟରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ‌, ସୁରକ୍ଷା ନେଇ ପୋଲିସ ଡ଼ିଜିଙ୍କ ପ୍ରେସମିଟ୍ LIVE - Police DG press meet

ଭୁବନେଶ୍ୱର: ଆସନ୍ତାକାଲି ଦେଶରେ ସପ୍ତମ ତଥା ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ  । ଶେଷ ପର୍ଯ୍ୟାୟ ଫାଇଟ ପାଇଁ ପ୍ରସ୍ତୁତି ଜୋରଦାର ରହିଛି  ।  ଜୁନ 1 ତାରିଖରେ ରାଜ୍ୟରେ 6 ଲୋକସଭା ଆସନ ଓ ଏହା ଅଧିନରେ ଆସୁଥିବା 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ୍‌ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ 394 ବିଧାୟକ ଓ 66 ସାଂସଦ ପ୍ରାର୍ଥୀଙ୍କ ଲାଗି ଭୋଟ ଦେବେ ମତାଦାତା । 394 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 333ଜଣ ପୁରୁଷ ଓ 61ଜଣ ମହିଳା ପାର୍ଥୀ ଅଛନ୍ତି । ଚତୁର୍ଥ ପର୍ଯ୍ୟାୟ ପାଇଁ 853 ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 759 ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ 78ଜଣ ପ୍ରତ୍ୟାଖ୍ୟାନ କରାଯାଇଥିଲା । 16 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଏବେ ମୈଦାନରେ 394 ବିଧାୟକ ପ୍ରାର୍ଥୀ ଅଛନ୍ତି । ସେହିପରି 66 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 55 ପୁରୁଷ ଓ 11ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଅନ୍ୟପଟେ ପୋଲିଂ ଅଫିସରମାନେ ନିର୍ବାଚନୀ ପରିଚାଳନା ନିମନ୍ତେ ବୁଥ ମୁହାଁ ହୋଇଛନ୍ତି  । ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି  । ବୁଥ ଗୁଡିକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି  । ଏନେଇ ପ୍ରେସମିଟ କରି ଅଧିକ ସୂଚନା ଦେଉଛନ୍ତି ପୋଲିସ ଡିଜି । ଦେଖନ୍ତୁ ଲାଇଭ.. 
Last Updated : May 31, 2024, 1:29 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.