ଅନ୍ତିମ ପର୍ଯ୍ୟାୟ ନିର୍ବାଚନ; ପତ୍ନୀଙ୍କ ସହ ଯାଇ ଭୋଟ ଦେଲେ ସମୀର ଦାଶ - Samir Ranjan Dash Cast Vote

By ETV Bharat Odisha Team

Published : Jun 1, 2024, 6:14 PM IST

thumbnail
ପତ୍ନୀଙ୍କ ସହ ଯାଇ ଭୋଟ ଦେଲେ ସମୀର ଦାଶ (ଇଟିଭି ଭାରତ, ଓଡ଼ିଶା)

ନିମାପଡ଼ା: ପତ୍ନୀଙ୍କୁ ସାଙ୍ଗରେ ନେଇ ଭୋଟ ଦେଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ । ନିମାପଡ଼ା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବିଷ୍ଣୁପୁର ବୁଥରେ ସମୀର ଓ ତାଙ୍କ ପତ୍ନୀ ମତ ସାବ୍ୟସ୍ତ କରିଥିଲେ । ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ମଧ୍ୟ ଅନୁରୋଧ କରିଛନ୍ତି ବିଧାୟକ । ନିମାପଡ଼ାରେ ଆଜି ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ସକାଳ ୭ଟା ସମୟରୁ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧିନରେ ରହିଥିବା ନିମାପଡ଼ା ବିଧାନସଭା କ୍ଷେତ୍ରରେ ଚଳିତ ନିର୍ବାଚନରେ ବିଜେଡିରୁ ଦିଲ୍ଲୀପ ନାୟକ, ବିଜେପିରୁ ପ୍ରଭାତୀ ପରିଡ଼ା ଓ କଂଗ୍ରେସରୁ ସିଦ୍ଧାର୍ଥ ରାଉତରାୟ ଲଢ଼ୁଛନ୍ତି । ସେହିଭଳି ସ୍ଵାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଥିବା ରୋଜାଲିନ ନାୟକ ଓ ରୋଜାଲିନ ପ୍ରଧାନଙ୍କ ସମେତ ମୋଟ ୧୩ ଜଣ ପ୍ରାର୍ଥୀ ନିର୍ବାଚନରେ ନିମାପଡ଼ାରୁ ପ୍ରତିଦ୍ଵନ୍ଦ୍ବିତା କରୁଛନ୍ତି । ୨ ଲକ୍ଷ ୪୭ ହଜାର ୫୫୩ ଜଣ ଭୋଟର ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ । ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ନିଜ ଗ୍ରାମ ଚକରୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୫୧ ନମ୍ବର ବୁଥରେ ମତଦାନ କରିଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.