ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ଭୋଟ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ନବ ଚରଣ - Lok Sabha Election 2024

By ETV Bharat Odisha Team

Published : Jun 1, 2024, 9:12 AM IST

thumbnail
ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, ଭୋଟ ଦେଲେ ବିଜେପି ସାଂସଦ ପ୍ରାର୍ଥୀ ନବ ଚରଣ (ETV Bharat Odisha)

ରାଇରଙ୍ଗପୁର: ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ  । ଓଡ଼ିଶାର ୬ ଲୋକସଭା ସହ ୪୨ ବିଧାନସଭା ଆସନ ପାଇଁ ପଡୁଛି ଭୋଟ । ଆଜି ଶେଷ ପର୍ଯ୍ୟାୟରେ ମୟୂରଭଞ୍ଜ ଲୋକସଭା ଆସନରେ ମଧ୍ୟ ମତଦାନ ହେଉଛି  । ଏଥିପାଇଁ ସକାଳୁ ସକାଳୁ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ମୟୂରଭଞ୍ଜ ବିଜେପି ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ  ।  ସେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହୁଲଡିହା ସ୍ଥିତ ୨୪୬ ନଂ ପିଙ୍କ୍ ବୁଥରେ ସକାଳ ୭ଟାରେ ପହଞ୍ଚି ପ୍ରଥମେ ମତଦାନ କରିଛନ୍ତି । ଏହି ଅବସରରେ ନବ ଚରଣ କହିଛନ୍ତି ଯେ, ସାଧାରଣ ନିର୍ବାଚନରେ ବିଜେପି ବିପୁଳ ଭୋଟରେ ବିଜୟୀ ହୋଇ ନିଶ୍ଚୟ ସରକାର ଗଠନ କରିବ । ଜିଲ୍ଲାର ସମସ୍ତ ଭୋଟରଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ  ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରନ୍ତୁ ବୋଲି ଅପିଲ୍ କରିଛନ୍ତି ବିଜେପି ପ୍ରାର୍ଥୀ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.