thumbnail

ପଦ୍ମପୁରର ବିଶାଳ ସମାବେଶରେ ଜେପି ନଡ୍ଡା, ଦେଖନ୍ତୁ LIVE - JP Nadda LIVE

By ETV Bharat Odisha Team

Published : May 16, 2024, 3:13 PM IST

Updated : May 16, 2024, 3:32 PM IST

ବରଗଡ: ବିଜେପି ଫୋକସରେ ରହିଛି ଓଡିଶା । ଦଖଲ କରିବା ପାଇଁ କେନ୍ଦ୍ରୀୟ ବିଜେପି ନେତାଙ୍କ ମାରାଥନ ପ୍ରଚାର ଜାରି ରହିଛି । ଏହି କ୍ରମରେ ଭୁବନେଶ୍ବର ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।  ଭୁବନେଶ୍ବରରେ ପହଞ୍ଚିବା ପରେ ବିଶାଳ ରୋଡ ସୋ' କରିଥିଲେ । ଏହି ରୋଡ ସୋ'ରେ ବିଜେପିର ହଜାର ହଜାର କର୍ମୀ ଓ ସମର୍ଥକ ସାମିଲ୍ ହୋଇଥିଲେ । ରାଜଧାନୀରେ ମେଗା ରୋଡ ସୋ' କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜେପି ମୁଖ୍ୟ  । କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଓ ନବୀନ ବିରୋଧୀ ଆକ୍ରାମକ ନିର୍ବାଚନୀ ପ୍ରଚାରରେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହା ପରେ ବରଗଡ ଜିଲ୍ଲା ପଦ୍ମପୁରରେ ‘ବିଜୟ ସଂକଳ୍ପ’ ସମାବେଶରେ ଯୋଗ ଦେଇଛନ୍ତି । ଏଠାରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ । ତେବେ ଦେଖନ୍ତୁ କଣ କହୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
Last Updated : May 16, 2024, 3:32 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.