ରାବଣ ରାଜ ଶେଷ ହେଲାଣି ରାମ ରାଜ୍ୟ ଆରମ୍ଭ ହେବ, ଏମିତି କାହିଁକି କହିଲେ ନିମାପଡା ବିଜେଡି ପ୍ରାର୍ଥୀ - BJD Campaign in Nimapada - BJD CAMPAIGN IN NIMAPADA
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 22, 2024, 3:27 PM IST
BJD Campaign in Nimapada ନିମାପଡା: ନିମାପଡ଼ାରେ ସ୍ଵର ଶାଣିତ କରୁଛି ଶାସକ ବିଜେଡି, ବିରୋଧୀ ବିଜେପିଙ୍କୁ ଶାଣିତ ସ୍ଵରରେ କରୁଛି ଟାର୍ଗେଟ । ସମୀର ଦାସ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ପ୍ରତିକିୟାଶୀଳ ହୋଇ ପଡିଛି ବିଜେଡି । ଖୋଲା ମଞ୍ଚରେ ବିଜେପି ନେତା ସମୀର ଦାଶଙ୍କୁ ଟାର୍ଗେଟ କରିଛି । ନବୀନଙ୍କୁ ଛାଡ଼ି ଯାଇଥିବା ନେତା ସମୀର ଦାଶଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି ବୋଲି ସିଧାସଳଖ ବିଜେଡିର ବରିଷ୍ଠ ନେତା ପୁଷ୍ପନେନ୍ଦ୍ର ସିଂଦେଓ କହିଥିବା ବେଳେ ବିଜୁ ଜନତା ଦଳ ନିମାପଡାରେ ବାଜିମାତ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଦିଲ୍ଲୀପ ନାୟକ ରାବଣ ରାଜ ଶେଷ ହୋଇ ହେଲାଣି ରାମରାଜ୍ୟ ଆରମ୍ଭ ହେବ ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି, "ନିର୍ବାଚନକୁ ନେଇ ବିଲୁଆ ବିଚାର କରିବା ପାଇଁ କାହାକୁ ମନା ନାହିଁ ନିମାପଡ଼ାରେ ବିଜେଡିର ବିଜୟ ସୁନିଶ୍ଚିତ ।"
ସେପଟେ ସମୀର ବିଜେଡି ଛାଡ଼ି ବିଜେପି ଯୋଗ ଦେବା ପରେ ନିମାପଡାରେ ମାଳ ମାଳ ନେତାଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛି ଶାସକ ବିଜେଡ଼ି । ବଳଙ୍ଗାରେ ଆୟୋଜିତ ଯୁବ ବିଜେଡ଼ି ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଛି ଦଳ । ସଙ୍ଘଠିତ ହୋଇ ନିର୍ବାଚନ ଲଢ଼ିବା ପାଇଁ ନେତା ଗୁରୁମନ୍ତ୍ର ଦେଇଛନ୍ତି ।
ଇଟିଭି ଭାରତ, ନିମାପଡା